ନାବାଳିକା ଅସଦାଚରଣ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅସଦାଚରଣ ମାମଲାର ସାକ୍ଷ ପ୍ରମାଣକୁ ଭିତ୍ତିକରି ପକସୋ କୋର୍ଟର ବିଚାରପତି ଅଭିଯୁକ୍ତ ରାକେଶ କୁମାର ମହାନନ୍ଦକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକା ଏକ ବର୍ଷ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି। ଏଥି ସହିତ ପିଡ଼ିତାଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କାର କ୍ଷତି ପୁରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ପୋକ୍ସ କୋର୍ଟ ସ୍ୱତନ୍ତ୍ର ପିପି ଅସିମ ପ୍ରହରାଜ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ, ଗତ ୨୦୧୫ ମସିହା ମାର୍ଚ୍ଚ ୨୯ ତାରିଖରେ ନାବାଳିକାକୁ ରାକେଶ ଅସଦାଚରଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାରେ ପୁଲିସ୍‌‌ କେସ ନଂ ୪୬ା୧୫ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Comments are closed.