www.samajalive.in
Saturday, December 6, 2025
23.1 C
Bhubaneswar

ଧାନ ମାର୍କେଟରେ ତାଲା 

ରେଙ୍ଗାଲିକ୍ୟାମ୍ପ: ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଗଉରଟିକ୍ରା ଧାନ ମାର୍କେଟରେ ତାଲା ପକାଇଲେ ଚାଷୀ । ଚାଷୀଙ୍କ କହିବା ଅନୁଯାୟୀ ସେମାନଙ୍କର କଷ୍ଟ ଉପାର୍ଜିତ ଧାନକୁ ବିକ୍ରୟ କରିବା ପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ହଜାର ହଜାର ବସ୍ତା ଧାନ ମାର୍କେଟରେ ପଡ଼ି ରହୁଥିଲେ ମଧ୍ୟ ଧାନ ଉଠୁ ନାହିଁ। ଏହି ମାର୍କେଟର ଧାନ ସାରଦା ମିଲ ଓ ଜୟଲକ୍ଷ୍ମୀ ମିଲକୁ ଟାର୍ଗେଟ ଦିଆଯାଇଥିବା ବେଳେ ମିଲରୁ ଗାଡ଼ି ଆସୁନଥିବା ଯୋଗୁଁ ଚାଷୀଙ୍କ ଧାନ ଉଠୁନାହିଁ। ଏପଟେ ଚାଷୀଙ୍କ ଟୋକନର ଅବଧି ସରିବା ଉପରେ। ଅବଧି ସରିବା ପରେ ଏହି ଚାଷୀଙ୍କ ଧାନ ଶାଗ ମାଛ ଦରରେ ବିକ୍ରୀ କରିବାକୁ ପଡ଼ିବ। ଅନ୍ୟ ଲୋକାଲ ମିଲ ଗୁଡ଼ିକୁ ଟାର୍ଗେଟ ଦିଆଯାଉ, ଯାହା ଫଳରେ ଚାଷୀଙ୍କ ଧାନ ଶୀଘ୍ର ଉଠି ପାରିବ ବୋଲି ସେମାନେ ସିଏସଓଙ୍କୁ ଅନେକ ଥର କହିବା ସତ୍ତ୍ୱେ ମଧ୍ୟ ସେ କିଛି ଶୁଣି ନଥିବା ଚାଷୀ ପ୍ରକାଶ କରିଛନ୍ତି।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

- Advertisement -

ସେମାନେ ତାଲା ମାରି ଏହି ମିଲକୁ ଆଉ ଧାନ ଦେବେନି ବୋଲି ଜିଦ୍ ଧରି ବସିଛନ୍ତି। ଅନେକ ପାଟିତୁଣ୍ଡ କଲେ ଗୋଟିଏ ଗାଡି ଆଦି କିଛି ଧାନ ଉଠେଇ ଚାଲିଯାଉଛି, ହେଲେ ଆଉ ଗାଡ଼ି ଲାଗୁନି। ପୁଣି ଭଲ ମାନର ଧାନ ହୋଇ ଥିଲେ ମଧ୍ୟ ପ୍ୟାକେଟ ପିଛା ଚାରି କେଜି କାଟୁଛନ୍ତି ମିଲରେ। ଗୋଟିଏ ପଟେ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ସହ କଟନି ଛଟନି ସବୁ ବନ୍ଦ୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ଚାଷୀଙ୍କ ଧାନ ବିକ୍ରି ହେଲେ ସିନା ସେଇ ମୂଲ୍ୟ ପାଇବେ। ଯଦି ଟୋକନ ଅବଧି ସରିଯାଏ, ତେବେ ଚାଷୀ କେମିତି ଧାନ ବିକ୍ରି କରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories