www.samajalive.in
Monday, December 8, 2025
13.1 C
Bhubaneswar

ଧାନମଣ୍ଡି ବିବାଦକୁ ନେଇ ଉତ୍ତେଜନା: ମଣ୍ଡିରେ ତାଲା ପକାଇଲେ ଚାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ଏମଭି ୧୧ ଗାଁରେ ଥିବା ମଣ୍ଡିରେ ତାଲା ପକାଇଲେ ଚାଷୀ। ପୂର୍ବରୁ ଏହି ମଣ୍ଡି କୁ ନେଇ ଅନେକ ବିବାଦ ହୋଇଥିଲା। ତେବେ ଏହାପରେ ଆଜି ଏହି ମଣ୍ଡିର ଶୁଭାରମ୍ଭ ଥିବାବେଳେ ଚାଷୀମାନେ ମଣ୍ଡିରେ ତାଲା ପକାଇଛନ୍ତି । ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଚଳିତ ବର୍ଷ ଧାନମଣ୍ଡି ପରିଚାଳନା ନିମନ୍ତେ ଆବେଦନ କରିଥିଲେ । ଏଥିସହ ଚଳିତ ବର୍ଷ ଏହି ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ମଧ୍ୟ ପ୍ରଦାନ କରା‌ଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆ ଯାଇଥିଲା । କିନ୍ତୁ ଆଗାମୀ ଡିସେମ୍ବର ୧୬ ତାରିଖରୁ ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଏହି ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ଦିଆ ନ ଯାଇ ବାଟପାଲ୍ଲୀ ଗାଁର ଜୟ ମା କାଳୀ ସ୍ୱୟଂ ସହାୟକ ଗୋଷ୍ଠିକୁ ଏଥି ନିମନ୍ତେ ଆଦେଶ ଦିଆଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ୩ ବର୍ଷ ଧାନମଣ୍ଡି ପରିଚାଳନା କରିବାର ନିୟମ ରହିଛି । ତିନିବର୍ଷ ପରେ ଉକ୍ତ ଧାନମଣ୍ଡି ପରିଚାଳନା ଦାୟିତ୍ବ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠିକୁ ପ୍ରଦାନ କରାଯିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ଅଲଗା ହୋଇଛି । ଏଥିସହ ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଠି ଆଜକୁ ତିନିବର୍ଷ ହେଲା ଧାନମଣ୍ଡି ପରିଚାଳନା କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏ ସମ୍ବନ୍ଧରେ ଗତବର୍ଷ ମଧ୍ୟ ଏହି ଗୋଷ୍ଠୀ ଧାନମଣ୍ଡି ପରିଚାଳନା ନିମନ୍ତେ ଆବେଦନ କରିଥିଲେ । କିନ୍ତୁ ଏହାକୁ ରଦ୍ଦ କରାଯାଇ ପୁନର୍ବାର ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଠିକୁ ଏହାର ଦାୟିତ୍ବ ପ୍ରଦାନ କରା ଯାଇଥିବାରୁ ଗତବର୍ଷ ଧାନମଣ୍ଡି ସ୍ଥାନକୁ ତାଲା ପକାଇ ପ୍ରତିବାଦ କରାଯାଇଥିଲା।  ସେ ସମୟରେ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ ଯେ, ୨୦୨୪ ରେ ନିଶ୍ଚିତ ଭାବେ ଆମ୍ଭ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ନା ଦାୟିତ୍ବ ପ୍ରଦାନ କରାଯିବ । କିନ୍ତୁ ଚଳିତ ବର୍ଷ ପୁନର୍ବାର ସେହି ଭୁଲ୍ ହୋଇଛି। ଏବଂ ଜୟ ମା କାଳୀ ସ୍ବୟଂ ଗୋଷ୍ଠିକୁ ତୃତୀୟ ଥର ପାଇଁ ଧାନମଣ୍ଡି ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିୟମ ବିରୁଦ୍ଧ। ଏହା ର ଅନୁସନ୍ଧାନ କରି ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଉ ନଚେତ୍ ଧାନମଣ୍ଡି ଦାୟିତ୍ବ ଲ୍ୟାମ୍ପ କୁ ପ୍ରଦାନ କରାଯାଉ ବୋଲି ମହିଳାମାନେ ଦାବି କରିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories