www.samajalive.in
Friday, December 12, 2025
14.1 C
Bhubaneswar

ଜୟନାରାୟଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ସଞ୍ଜୟଙ୍କୁ ଭାରତୀୟ ପୁଲିସ ମେଡାଲ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ସେବା ପାଇଁ ସିବିଆଇ (ଆର୍ଥିକ ଅପରାଧ – ଠ୧୧) ଭୁବନେଶ୍ୱର ଶାଖାର ଏସପି ଜୟନାରାୟଣ ରଣା ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇଛନ୍ତି। ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟରେ ଆର୍ଥିକ ଅପରାଧ ଶାଖା-ଠ୧୧ ରେ ଅବସ୍ଥାପିତ ଶ୍ରୀ ରଣା ଏବେ ସୁପିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅତି ଗୁରୁତ୍ୱପୂର୍ଣ୍ଣ ଚିଟ୍‍ଫଣ୍ଡ୍‍ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୩ ମସିହାରେ ସିବିଆଇରେ ଯୋଗ ଦେଇଥିବା ରଣା ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରୁ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ଅନେକ ଦୁର୍ନୀତି ବିରୋଧୀ ଏବଂ ଆର୍ଥିକ ତଥା ଅପରାଧିକ ମାମଲାର ତଦନ୍ତ କରିଥିବା ଅନୁଭୂତି ରହିଛି। ଭୁବନେଶ୍ୱର ସିବିଆଇ ଅଫିସରେ ଯୋଗଦେବା ପୂର୍ବରୁ ସେ ଭୋପାଳସ୍ଥିତ ସିବିଆଇ କାର୍ଯ୍ୟାଳୟରେ ବ୍ୟାପମ ସ୍କାମ୍‍ର ତଦନ୍ତ ଦାୟୀତ୍ୱ ନେଇଥିଲେ। ପୂର୍ବରୁ ଶ୍ରୀ ରଣା ଉତ୍କୃଷ୍ଟ ପୁଲିସ ସେବା ପାଇଁ ୨୦୦୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ପୁଲିସ ମେଡାଲ ପଦକ ପାଇଥିଲେ। ସ୍ୱର୍ଗୀୟ କାଶୀନାଥ ରଣା ଏବଂ ମାତା ଶ୍ରୀମତୀ ରାହସମଣି ରଣାଙ୍କ ସୁପୁତ୍ର ଜୟନାରାୟଣ ରଣାଙ୍କ ଘର ବାଲେଶ୍ୱର ଜିଲ୍ଲା ସିଙ୍ଗାରପୁର ଗ୍ରାମରେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସିବିଆଇ ଆର୍ଥିକ ଅପରାଧ – ଠ୧୧ ଶାଖା, ଭୁବନେଶ୍ୱର ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ସାମଲଙ୍କୁ ଭାରତୀୟ ପୁଲିସ ମେଡାଲ ମିଳିଛି। ୧୯୯୫ ମସିହାରୁ ସେ ସିବିଆଇରେ କାର୍ଯ୍ୟରତ। ସିବିଆଇର ଜଣେ କର୍ମଠ ଓ ସତ୍ୟନିଷ୍ଠ ଅଧିକାରୀ ଭାବେ ପରିଚିତ ଶ୍ରୀ ସାମଲଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ମଣ୍ଡାପଡା ଗ୍ରାମରେ। ପଟ୍ଟାମୁଣ୍ଡାଇ ବାଲିପାଟଣା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବନମାଳୀ ସାମଲଙ୍କ ସେ ହେଉଛନ୍ତି ତୃତୀୟ ପୁତ୍ର।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories