ନୂଆଦିଲ୍ଲୀ : ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଅବସରରେ ୮୫୫ ଜଣ ପୁଲିସଙ୍କୁ ପୁଲିସ ପଦକ ପ୍ରଦାନ ନିମନ୍ତେ ଚୟନ କରାଯାଇଛି। ତିନି ଜଣଙ୍କୁ ସାହସିକତା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ, ୧୪୬ ଜଣଙ୍କୁ ସାହସିକତା ନିମନ୍ତେ ପୁଲିସ ପଦକ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୭୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୬୩୨ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପାଇଁ ତିନୋଟି ଯାକ ରାଷ୍ଟ୍ରପତି ପୁଲିସ ପଦକ ସିଆରପିଏଫ ଅଧିକାରୀଙ୍କୁ ମିଳିଛି। ସାହସିକତା ପାଇଁ ପୁଲିସ ପଦକ ପାଉଥିବା ୧୪୬ ଜଣଙ୍କ ମଧ୍ୟରେ ସିଆରପିଏଫର ୪୧ ଜଣ, ଓଡ଼ିଶା ପୁଲିସର ୨୬ ଜଣ, ଜମ୍ମୁ-କାଶ୍ମୀର ପୁଲିସର ୨୫ ଜଣ, ଛତିଶଗଡ଼ ପୁଲିସର ୧୪ ଜଣ, ମେଘାଳୟର ୧୩, ଉତର ପ୍ରଦେଶର ୧୦, ବିଏସଏଫର ୮, ଦିଲ୍ଲୀର ୪, ଝାଡ଼ଖଣ୍ଡର ୩, ଆସାମ ରାଇଫଲ ଏବଂ ଆଇଟିବିପିର ଜଣେ ଲେଖାଏଁ ଅଛନ୍ତି।
Popular Categories



