www.samajalive.in
Friday, December 12, 2025
15.1 C
Bhubaneswar

ଅରବିନ୍ଦ କେଜରିୱାଲ ଓ ଶୀଲା ଦିକ୍ଷୀତଙ୍କ ସାକ୍ଷାତକାରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାସହ ଆପ ଓ କଂଗ୍ରେସ ମେଣ୍ଟ ସାକାର ରୂପ ନେଇପାରେ ବୋଲି କେତେକ ରାଜନୈତିକ ସମୀକ୍ଷକ ଆଶା ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଅରବିନ୍ଦ କେଜରିୱାଲ ଏବଂ ଶୀଲା ଦିକ୍ଷୀତଙ୍କ ଭେଟାଭେଟିର ଫଟୋ ଭାଇରାଲ ହେବାରେ ଲାଗିଛି। ଏନେଇ ଶୀଲାଙ୍କୁ ପଚାରିବାରୁ ସେ ସିଧା ସଳଖ ଭାବେ ମେଣ୍ଟ ଖବରକୁ ଖାରଜ କରିଥିଲେ। ତେବେ ଏନେଇ କୌଣସି ନିଷ୍ପତ୍ତି ନିଆଗଲେ ଗଣମାଧ୍ୟମକୁ ଖବର ଦିଆଯିବ ବୋଲି ସେ କହିଛନ୍ତି। ଶୀଲା ଦିକ୍ଷୀତ କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କ ସହ ତାଙ୍କର କୌଣସି କଥାବାର୍ତ୍ତା ହୋଇନାହିଁ। ସୂଚନା ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଘରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଅରବିନ୍ଦ ଓ ଶୀଲା ପରସ୍ପରକୁ ଭେଟିଥିଲେ। ଦୁହେଁ କର ମର୍ଦ୍ଧନ କରିବା ସହ କିଛି ସମୟ କଥା ହୋଇଥିଲେ। ଏହି ସାକ୍ଷାତକାର ପରେ ଲୋକସଭା ନିର୍ବାଚନ ପାଇଁ ଆପ ଓ କଂଗ୍ରେସ ମେଣ୍ଟ ନେଇ ଚର୍ଚ୍ଚା ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories