www.samajalive.in
Friday, December 12, 2025
14.1 C
Bhubaneswar

ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଅହମ୍ମଦାବାଦ: ଗୁଜରାଟର ଗାନ୍ଧୀନଗର ସହରରେ ଜଣେ ନବ ବିବାହିତା ବିବାହର ମାତ୍ର ଚାରଦିନ ମଧ୍ୟରେ ସ୍ବାମୀଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ହତ୍ୟାକାରୀ ପତ୍ନୀ ଓ ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଅହମ୍ମଦାବାଦ ନିବାସୀ ଭାବିକ୍‌ ନାମକ ଏହି ବ୍ୟକ୍ତି ପାୟଲ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପୂର୍ବରୁ ସମ୍ପର୍କୀୟ ଭାଇଙ୍କ ସହ ପାୟଲଙ୍କ ପ୍ରେମ ସମ୍ପର୍କ ରହିଥିଲା। ଘର ଲୋକଙ୍କ ପ୍ରରୋଚନା​ରେ ବିବାହ କରିଥିଲେ ସୁଦ୍ଧା ପାୟଲ ଏଥିରେ ସନ୍ତୁଷ୍ଟ ନଥିଲେ। ତେଣୁ ଭାବିକ୍‌ଙ୍କୁ ରାସ୍ତାରୁ ହଟାଇବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲେ। ପାୟଲଙ୍କୁ ବାପଘରୁ ଆଣିବାକୁ ଭାବିକ୍‌ ଶନିବାର ଶ୍ବଶୁର ଘରକୁ ଯାଇଥିଲେ। ତେବେ ଭାବିକ୍‌ ନ ପହଞ୍ଚିବାରୁ ଶ୍ବଶୁର ଚିନ୍ତାଗ୍ରସ୍ତ ହୋଇ ସମୁଦିଙ୍କୁ ଫୋନ କରିଥିଲେ। ଭାବିକ୍‌ ବହୁ ପୂର୍ବରୁ ଶ୍ବଶୁର ଘରକୁ ଯାଇଥିବା ଜଣାପଡିବା ପରେ ପାୟଲଙ୍କ ବାପା ତାଙ୍କୁ ଖୋଜିଥିଲେ। ନିର୍ଦିଷ୍ଟ ଏକ ସ୍ଥାନରେ ଭାବିକ୍‌ଙ୍କ ବାଇକ୍‌ ପଡିଥିବାବେଳେ ତାଙ୍କର ସନ୍ଧାନ ମିଳିନଥିଲା। ସୂଚନା ପାଇବା ପରେ ପୁଲିସ ପାୟଲଙ୍କୁ ଜେରା କରିଥିଲା। ଜେରା ସମୟରେ ପାୟଲ ସ୍ବୀକାର କରିଛନ୍ତି ଯେ କଳ୍ପେଶ ନାମକ ସମ୍ପର୍କୀୟଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଥିଲା। ତେବେ ପରିବାର ଏହାକୁ ଅସ୍ବୀକାର କରି ଅନ୍ୟତ୍ର ବିବାହ ସ୍ଥିର କରିବା ପରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଅନ୍ୟ ଦୁଇ ସୁପାରି କିଲରଙ୍କ ସହାୟତାରେ ସେମାନେ ଭାବିକ୍‌ଙ୍କୁ ପ୍ରଥମେ ଅପହରଣ କରି ଗୋଟିଏ ଏସୟୁଭି ମଧ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories