www.samajalive.in
Sunday, December 14, 2025
16.1 C
Bhubaneswar

କାର୍ଯ୍ୟ ଚାପ ସତ୍ବେ ଛାଡ଼ିପାରୁ ନ ଥିଲେ ଚାକିରି, ଶେଷରେ ନିଜ ଆଙ୍ଗୁଠି କାଟିଦେଲେ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: କାର୍ଯ୍ୟ ଚାପ ବାଧ୍ୟ କରୁଥିଲା ଚାକିରି ଛାଡ଼ିବାକୁ। ହେଲେ ପରିବାର ପାଇଁ ଛାଡ଼ିପାରୁ ନ ଥିଲେ ଚାକିରି। ଏପରି ଦ୍ଵନ୍ଦ୍ଵାତ୍ମକ ଅବସ୍ଥାରେ ରହି ଶେଷରେ କର୍ମଚାରୀ ଜଣକ ନିଜର ଆଙ୍ଗୁଠି କାଟି ଦେଇଛନ୍ତି। ଗୁଜରାଟର ସୁରତ ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି।

୩୨ ବର୍ଷୀୟ ଯୁବକ ଜଣକ ସୁରତର ଏକ ଗହଣା ଶୋ’ରୁମରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଗତ ୮ ତାରିଖରେ ତାଙ୍କୁ ବେଦାନ୍ତ ସର୍କଲ ନିକଟରୁ ପୁଲିସ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କ ବାମ ହାତର ୪ଟି ଅଙ୍ଗୁଳି କଟି ଯାଇଥିବାବେଳେ ପ୍ରବଳ ରକ୍ତସ୍ରାବ ହେଉଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଯୁବକଙ୍କ ଚେତା ଫେରିଥିଲା। ଏହା ପରେ ସେ ପୁଲିସକୁ ଯାହା କହିଲେ ସେଥିରେ ପୁଲିସ ବି ଆଚମ୍ବିତ ହୋଇଥିଲା। ସେ ନିଜେ ହିଁ ନିଜ ଅଙ୍ଗୁଳି ସବୁ କାଟିଥିବା କହିଥିଲେ।

- Advertisement -

ଯୁବକ ଜଣକ କହିଥିଲେ, ସେ ଯେଉଁଠାରେ କାମ କରୁଥିଲେ ସେଠାରେ ପ୍ରବଳ କାର୍ଯ୍ୟ ଚାପ ରହୁଥିଲା। ସେ କାମ ଛାଡ଼ିବାକୁ ଚାହୁଁଥିଲେ ବି ଛାଡ଼ିପାରୁ ନ ଥିଲେ। କାରଣ ଥିଲା ତାଙ୍କ ଯିଏ ନିଯୁକ୍ତି ଦେଇଥିଲେ ସେ ତାଙ୍କ ବାପାଙ୍କ ବନ୍ଧୁ। ତେଣୁ ସେ ଇଚ୍ଛା ନ ଥାଇ ମଧ୍ୟ ସେଠାରେ କାମ କରୁଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ଆଙ୍ଗୁଠି କାଟିଦେଲେ କାମ କରିବାକୁ ପଡ଼ିବ ନାହିଁ ବୋଲି ଚିନ୍ତା କରି ଏପରି ପଦକ୍ଷେପ ନେଇଥିଲେ। ଏହି ଘଟଣା ଏବେ କାର୍ଯ୍ୟସ୍ଥଳରେ ଚାପକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories