www.samajalive.in
Friday, December 12, 2025
16.1 C
Bhubaneswar

ଧାନ କ୍ରୟକେନ୍ଦ୍ର କେନ୍ଦ୍ରରେ ଚାଲିଛି ମିଲର୍ସ ଦାଦାଗିରି: ଆଣ୍ଠେଇ ପଡିଛି ଧାନ ସଂଗ୍ରହ ନୀତି, କଟନୀ ଛଟନୀରେ ରାଜି ହେଲେ ସବୁ ଧାନ ହୋଇଯିବ ଏଫଏକ୍ୟୁ

ରେଙ୍ଗାଲି: ସରକାର ଧାନ ସଂଗ୍ରହ ନୀତି ମିଲର୍ସ ମାନଙ୍କ ଦାଦାଗିରି ଆଗରେ ଆଣ୍ଠେଇ ପଡିଛି। ମିଲର୍ସ ଓ ଦଲାଲ ମୁକ୍ତ ମଣ୍ଡି କଟନୀ ଛଟନୀ ବନ୍ଦ ବୋଲି ସରକାର କରିଥିବା ବଡ ବଡ ଘୋଷଣା କାଗଜ ବାଘ ପାଳଟିଛି। ମନ୍ତ୍ରୀ ବିଧାୟକ ମଣ୍ଡି ଜଗିବେ ବୋଲି ମଧ୍ଯ ସରକାର ଚାଷୀମାନଙ୍କୁ ଅଭୟ ବାଣୀ ଶୁଣାଇ ଥିଲେ। କିନ୍ତୁ ଧାନମଣ୍ଡି ରେ କାହାରି ଦେଖା ଦର୍ଶନ ନାହିଁ।

କଟନୀ ଛଟନୀକୁ ପରୋକ୍ଷରେ କ୍ଲିନ୍ ଚିଟ୍ ତଥା ଆଇନ୍ ର ମାନ୍ୟତା ଦେଲା ଭଲି ମିଲର୍ସ ମାନଙ୍କ ମନ ମର୍ଜି ରେ କଟନୀ ଛଟନୀ ଚାଲିଛି। ସରକାର ପ୍ରଶାସନ ନାଚାର୍। କଟନୀ ଛଟନୀ ରେ ରାଜି ହେଉ ନଥିବା ଚାଷୀ ର ଧାନ ଶୀତକାକର ରେ ଖୋଲା ଆକାଶ ତଳେ ପଡି ରହୁଛି। ଧାନ ମଣ୍ଡି କୁ ମିଲର୍ସ ଆସୁ ନାହାନ୍ତି। କଟନୀ ଛଟନୀ ରେ ରାଜି ହେଲେ ସବୁ ଧାନ ଏଫ୍ ଏ କ୍ୟୁ କେମିତି ହୋଇଯାଉଛି।

- Advertisement -

ଏ ଗଣିତ ବୁଝିବା ମୁସ୍କିଲ୍। ରେଙ୍ଗାଲିବ୍ଲକ ର କିନାଲୋଇ ଧାନ କ୍ରୟକେନ୍ଦ୍ର ରେ ନଭେମ୍ବର ମାସ ୨୨ ତାରିଖରୁ ମଙ୍ଗଳ କିସାନ ନାମକ ଚାଷୀର ୭୦ ପକେଟ ଧାନ ପଡିରହିଥିବା ବେଳେ ଗତ ଡିସେମ୍ବର ୬ ତାରିଖ ରୁ ୧୬୦ପକେଟ ଏବଂ ଗତ ୧୩ ତାରିଖ ରୁ ୩୮୩୮ ପକେଟ ମୋଟ ୪୦୬୮ ପକେଟ ଧାନ ପଡିରହିଛି । ମାନ ନିର୍ଦ୍ଧାରଣ ଯନ୍ତ୍ର ର ଦେଖାନାହିଁ କି ମିଲର୍ସଙ୍କ ଦେଖାନାହିଁ।

ସରକାରଙ୍କ ଧାନ ସଂଗ୍ରହ ନୀତି ର ସାମନ୍ତରାଲରେ ମିଲର୍ସ ମାନଙ୍କ ନିଜସ୍ବ ନୀତିରେ ଚାଲିଛି ଧାନ କିଣା। ସରକାର କି ପ୍ରଶାସନ ଏହି ଅବ୍ୟବସ୍ଥା ର ପ୍ରତିକାର ପାଇଁ କୌଣସି ଫଳପ୍ରଦ ପଦକ୍ଷେପ ନେଉନାହାନ୍ତି। ସରକାରୀ ନିଷ୍କ୍ରିୟତାର ସୁଯୋଗ ନେଇ ମିଲର୍ସ ମାନେ ଦୀର୍ଘ ଦିନ ଧରି ମଣ୍ଡି ରେ ଚାଷୀଙ୍କ ଧାନ ଏଭଲି ପଡି ରହୁ ବୋଲି ଚକ୍ରାନ୍ତ କରି କଟନୀ ଛଟନୀ ରେ ସହମତି ହେବାକୁ ଚାଷୀ ବାଧ୍ଯ ହେଉଛନ୍ତି। ଧାନ ଚାଷ କୁ ଜୀବନ ଜୀବିକା ର ମୁଖ୍ଯ ଆଧାର ହୋଇଥିବା ଚାଷୀ ନିରୁପାୟ ହୋଇ ମିଲର୍ସ ଙ୍କ ଜାଲ ର ହରଡଘଣା ରେ ପଡି କଟନୀ ଛଟନୀ ରେ ରାଜି ହେବାକୁ ବାଧ୍ଯ ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories