www.samajalive.in
Tuesday, December 9, 2025
16.1 C
Bhubaneswar

ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ ଗିରଫ

ବେଙ୍ଗାଲୁରୁ: ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷ ଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୁଲିସ ତାଙ୍କ ପତ୍ନୀ ନିକିତା, ନିକିତାଙ୍କ ମାଆ ଓ ଭାଇକୁ ଗିରଫ କରିଛି। ବେଙ୍ଗଲୁରୁ ପୁଲିସ୍ ଗୁରୁଗ୍ରାମରୁ ପତ୍ନୀ ନିକିତାଙ୍କୁ ଗିରଫ କରିଥିବାବେଳେ ତାଙ୍କ ମାଆ ଏବଂ ଭାଇକୁ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ କରିଥିବା ସୂଚନା ମିଳିଛି।  ମୃତ୍ୟୁ ପୂର୍ବରୁ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଅତୁଲ।  ମୃତ୍ୟୁ ପାଇଁ ପତ୍ନୀ ଏବଂ ଶ୍ଵଶୁର ଘର ଲୋକଙ୍କୁ ସେ  ଦାୟୀ କରିଥିଲେ। ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେ ସେୟାର କରିଥିଲେ। ୩ ଦିନ ପୂର୍ବରୁ ବେଙ୍ଗାଲୁରୁ ପୁଲିସ୍ ନିକିତାଙ୍କ ଘର କାନ୍ଥରେ ପୋଟିସ୍ ମାରିଥିଲା। ନୋଟିସରେ ୩ ଦିନ ମଧ୍ୟରେ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା। ଏହା ମଧ୍ୟରେ ନିକିତା ଏବଂ ତାଙ୍କ ପରିବାର ଲୋକ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ। ଶେଷରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories