www.samajalive.in
Friday, December 12, 2025
16.1 C
Bhubaneswar

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ପୁରୁଷ ବନ୍ଧୁ ଗିରଫ 

କଳାପଥର (ବାଙ୍କୀ):ବହୁଚର୍ଚ୍ଚିତ ୟୁଟ୍ୟୁବର ଯୁବତୀ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ଗତ ମାସରେ ନିଜର ପୁରୁଷବନ୍ଧୁଙ୍କ ସହିତ ଦୁର୍ବଳ ମୁହୂର୍ତ୍ତର ଭିଡଓକୁ ପୁରୁଷ ବନ୍ଧୁ ଭାଇରାଲ୍ କରିଥିଲା । ଯାହା ଫଳରେ ଯବତୀ ଜଣକ ଏହି ଘଟଣା ପରେ ନିଜର ଆତ୍ମ ସମ୍ମାନ ପାଇଁ ବାଙ୍କୀ ଥାନାର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ସୂଚନା ମୁତାବକ ଏନେଇ ଗତ ନଭେମ୍ବର ୧୪ତାରିଖରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବାଙ୍କୀ ପୋଲିସ୍ ପକ୍ଷରୁ ଏହି ଘଟଣା ନେଇ କୌଣସି ତତ୍ପରତା ନଦେଖାଇବାରୁ ଯୁବତୀ ଜଣକ କଟକ ଜିଲ୍ଲା ଗ୍ର୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପୁରୁଷ ବନ୍ଧୁର ମୋବାଇଲ୍‌କୁ ଟ୍ରାକ୍ କରି ବାଙ୍କୀ ପୋଲିସ୍ ଓ କଟକ ଜିଲ୍ଲା ପୋଲିସ୍ତ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଯାଜପୁର ରୋଡରୁ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲେ । ସୂଚନା ଯାଗ୍ୟ ଅଭିଯୁକ୍ତ ଅମୀୟ ଚକ୍ର ପିତା ଅଭୟଚକ୍ର ପୁରୁଣା ଭୁବନେଶ୍ୱର ଥାନା ଅନ୍ତର୍ଗତ ଲିଙ୍ଗରାଜ ନଗରର ବୋଲି ଜଣାପଡିଛି । ବାଙ୍କୀ ପୋଲିସ୍ ପକ୍ଷରୁ ଏଥିପାଇଁ କେସ୍ ନମ୍ବର ୩୯୧/୨୪ ରୁଜୁ କରାଯାଇ ଯୁବକଜଣକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories