ନୂଆ ପ୍ରକଳ୍ପ ବାବଦରେ ଓଡ଼ିଶାକୁ ଅଧିକ ପାଣ୍ଠି ପ୍ରଦାନ ପାଇଁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଦ୍ଵିତୀୟ ବୈଠକ

ଭୁବନେଶ୍ୱର:  ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତାସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଆରଆଇଡିଏଫପାଣ୍ଠି ସହାୟତାରେ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିନସ୍ଥ କାର୍ଯ୍ୟକାରୀ ସଂସ୍ଥା, ନିଗମ ଆଦି ଜରିଆରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଚଳିତ ଡିସେମ୍ବର ମାସ ୧୨ ତାରିଖ ସୁଦ୍ଧା ଏ ବାବଦରେ ରାଜ୍ୟବଜେଟରେ ରହିଥିବା ପ୍ରାବଧାନ ମୁତାବକ ବିଭିନ୍ନ ପ୍ରକଳ୍ପ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ବିଭିନ୍ନ ବିଭାଗ ଦ୍ୱାରା ଆରଆଇଡିଏଫଉପଯୋଗରେ ସଂପୂର୍ଣ୍ଣ କରାଯାଇ ସଫଳତା ହାସଲ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସଂପର୍କରେ ଆଲୋଚନା କରାଯାଇଥିଲା।

ଉଚ୍ଚ କ୍ଷମତା ସଂପନ୍ନ କମିଟିର ଅନୁମୋଦନ କ୍ରମେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ମଂଜୁରୀଲାଭ କରିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ନାବାର୍ଡ ତରଫରୁ କରାଯାଇଥିବା କ୍ଷେତ୍ର ପରିଦର୍ଶନ ବିବରଣୀ ସହ ଆବଶ୍ୟକ ପରାମର୍ଶ ଦିଆଯାଇଛି । ବିଭିନ୍ନ ନୂଆ ପ୍ରକଳ୍ପ ବାବଦରେ ଓଡ଼ିଶାକୁ ଅଧିକ ପାଣ୍ଠି ପ୍ରଦାନ ପାଇଁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।

ବୈଠକରେ ଅଣୁ ଜଳସେଚନ ପାଣ୍ଠି( ମାଇକ୍ରୋ ଇରିଗେସନ ଫଣ୍ତ) ଅଧିନରେ ମଞ୍ଜୁର ହେବାକୁ ଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ଦିଆଯାଇଥିବା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ପାଇଁ ଅର୍ଥ ମଞ୍ଜୁରୀ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଆରଆଇଡିଏଫରୁ ସଂପୂର୍ଣ୍ଣ ହୋଇଥିବା କେତେକ ପ୍ରକଳ୍ପରେ ଅଣୁ ଜଳସେଚନର ଆବଶ୍ୟକତା ଦୃଷ୍ଚିରୁ ଜଳ ସଂପଦ ବିଭାଗ, ଓଡ଼ିଶା ଉଠା ଜଳ ସେଚନ ପ୍ରକଳ୍ପ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମାଇକ୍ରୋ ଇରିଗେସନ ଫଣ୍ତରୁ ସହାୟତା ପାଇଁ ନୂଆ ନୂଆପ୍ରସ୍ତାବ ଦିଆଯିବାକୁ ଆଲୋଚନା କରାଯାଇଥିଲା ।

ଆହୁରି ମଧ୍ୟ ମତ୍ସ୍ୟ ଓ ଜଳଚାଷ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଏଫ୍ଆଇଡିଏଫ୍)କୁ କିପରି ଉପଯୋଗ କରାଯାଇପାରିବ, ସେ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଛି। ଗୋପାଳପୁରର ଆର୍ଯ୍ୟପଲ୍ଲୀଠାରେ ମାଛଧରା ବନ୍ଦରର ଉନ୍ନତିକରଣ, ପୁରୀ ଜିଲ୍ଲାର ଅସ୍ତରଙ୍ଗ, ବାଲେଶ୍ୱରର ବାହାବଲପୁର, ଉଦ୍ରକର ଚାନ୍ଦମଣି ଆଦି ନଦୀକୂଳ ବନ୍ଦରର ବିକାଶ କରାଯିବାକୁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରସ୍ତୁତି ପୂର୍ବକ ପାଣ୍ଠି ମଞ୍ଜୁରୀ ସଂପର୍କରେଆଲୋଚନା କରାଯାଇଥିଲା । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ପାଣ୍ଠି (ଏଫପିଏଫ)ରୁ ରାଜ୍ୟରେଚିହ୍ନଟ ହୋଇଥିବାଫୁଡ୍ ପାର୍କ ଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମି ଉନ୍ନତିରେ ଅଧିକ ଆବଶ୍ୟକତା, ଗୁଣାତ୍ମକତା ଓ ପରିଚାଳନା ଦକ୍ଷତା ପାଇଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେଏମଏସଏମଇ ବିଭାଗ ତରଫରୁ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଉପଯୋଗିତାର ସମୀକ୍ଷା କରି ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଏବଂ ମଞ୍ଜୁରୀ ଅର୍ଥର ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂପୃକ୍ତ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ,ପ୍ରକଳ୍ପଗୁଡ଼ିକରମଞ୍ଜୁରୀ ଏବଂ ସଦ୍ୟତମ ସ୍ଥିତି ସଂପର୍କରେ ନିଜ ନିଜ ସ୍ତରରେ ନିୟମିତ ତଦାରଖ ସହିତ ନୂଆ ନୂଆ ପ୍ରସ୍ତାବ ଦେବାକୁ ସଂପୃକ୍ତ ବିଭାଗୀୟ ସଚିବ ତଥା ମୁଖ୍ୟମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟକୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାର ନିର୍ଦ୍ଦେଶକ, ବରିଷ୍ଠ ପଦାଧିକାରୀ ଏବଂ ନାବାର୍ଡ,ଓଡ଼ିଶାଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ଭାରତ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯାଇଥିବା ଆରଆଇଡିଏଫ୍ବିଭିନ୍ନ ରାଜ୍ୟରେଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଏବଂ ରାଷ୍ଟ୍ରାୟତ୍ତ ନିଗମଗୁଡ଼ିକୁ ନାବାର୍ଡ ଜରିଆରେ ସହାୟତା ପ୍ରଦାନ କରୁଛନ୍ତି । ଓଡ଼ିଶାର ବିକାଶମୂଳକ ପ୍ରୟାସରେ ନାବାର୍ଡ ରାଜ୍ୟ ସରକାରଙ୍କୁ ଏକ ପ୍ରମୁଖ ଅଂଶୀଦାର ଭାବେ ନିରନ୍ତର ସହଯୋଗ ଦେଇଆସୁଛି।

Comments are closed.