ସୁଇଜରଲାଣ୍ଡରୁ ଭାରତକୁ ଝଟକା, ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର

ସମାଜ ଡିଜିଟାଲ ଡେସ୍କ: ସ୍ବିଜରଲାଣ୍ଡ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ବଡ଼ ଝଟକା ଦେଇଛନ୍ତି। ସ୍ଵିଜ ସରକାର ଭାରତକୁ ମିଳିଥିବା ମୋଷ୍ଟ ଫେଭର୍‌ଡ ନେସନ(ଏମଏଫଏନ) ବା ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର କରି ଦେଇଛନ୍ତି। ସେଠାକାର ସରକାରଙ୍କ ଏହି ନିଷ୍ପତ୍ତି ପରେ ୨୦୨୫ ଜାନୁୟାରୀ ୧ରୁ ଭାରତୀୟ କମ୍ପାନୀଗୁଡ଼ିକ ଅଧିକ ଟିକସ ଦେବାକୁ ପଡ଼ିବ। ଡବଲ ଟ୍ୟାକ୍ସ ଆଭଏଡାନ୍ସ ଏଗ୍ରିମେଣ୍ଟ(ଡିଟିଏଏ) ଅଧୀନରେ ସୁଇଜରଲାଣ୍ଡ ଭାରତକୁ ଏମଏନଏଫ ରାଷ୍ଟ୍ର ମାନ୍ୟତା ଦେଇଥିଲା।

prayash

ଗତ ଶୁକ୍ରବାର ସୁଇଜରଲାଣ୍ଡ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଥିବା ଘୋଷଣାରେ କୁହାଯାଇଛି। ଗତବର୍ଷ ନେସଲେ କମ୍ପାନୀ ସହିତ ସମ୍ବନ୍ଧିତ ଏକ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ, ଡିଟିଏଏ ସେପର୍ଯ୍ୟନ୍ତ ଲାଗୁ କରାଯାଇ ପାରିବ ନାହିଁ ଯେପର୍ଯ୍ୟନ୍ତ ତାହାକୁ ଆୟକର ଆଇନ ଅଧୀନରେ ସୂଚିତ କରା ନ ଯାଇଛି। ଏହା ପରେ ହିଁ ସ୍ଵିସ୍‌ ସରକାର ଏପରି ବଡ଼ ପଦକ୍ଷେପ ନେଇଛନ୍ତି।

Comments are closed.