www.samajalive.in
Wednesday, December 10, 2025
23.1 C
Bhubaneswar

ବିଶ୍ଵର ସବୁଠୁ କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ୩ ଭାରତୀୟ

ସମାଜ ଡିଜିଟାଲ ଡେସ୍କ: ବର୍ଷ ୨୦୨୪ ପାଇଁ ବିଶ୍ଵର ସବୁଠୁ କ୍ଷମତାଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି ଫୋର୍ବ୍ସ। ଏହି ୧୦୦ ଜଣିଆ ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୀତି, ସମାଜ ସେବା କ୍ଷେତ୍ରର ଅନେକ ମହିଳାଙ୍କ ସହ ନୀତି ନିର୍ମାତାମାନଙ୍କ ନାମ ସାମିଲ ହୋଇଛି। ଫୋର୍ବ୍ସର ଏହି ୨୧ତମ ତାଲିକାରେ ତିନି ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ସାମିଲ ଅଛି, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆସନ୍ତୁ ଜାଣିବା ସେହି ୩ ମହିଳା ଏବଂ ତାଙ୍କ ସଫଳତା ବିଷୟରେ –

ନିର୍ମଳା ସୀତାରମଣ:

- Advertisement -

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫୋର୍ବ୍ସର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ୨୮ତମ ସ୍ଥାନରେ ଅଛନ୍ତି। ୨୦୧୯ ମସିହା ମେ’ ମାସରେ ନିର୍ମଳା ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ସେବେଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଭାରତର ଦ୍ରୁତ ଅର୍ଥନନୈତିକ ଅଭିବୃଦ୍ଧି ବଜାୟ ରଖିବା ପାଇଁ ନିର୍ମଳା ସୀତାରମଣଙ୍କ ଉପରେ ଦାୟିତ୍ବ ରହିଛି ଏବଂ ତାଙ୍କ ନେତୃତ୍ୱରେ ଭାରତ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମହିଳା ସଶକ୍ତିକରଣକୁ ନେଇ ନିର୍ମଳା ସୀତାରମଣ ସ୍ୱର ଉତ୍ତୋଳନ କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସୀତାରମଣ ବ୍ରିଟେନର ଏଗ୍ରିକଲ୍ଚରାଲ୍‌ ଇଞ୍ଜିନିୟର୍ସ ଆସୋସିଏସନ୍ ଏବଂ ବିବିସି ୱର୍ଲ୍ଡ ସହିତ ଜଡ଼ିତ ଥିଲେ।

ରୋଶନୀ ନଦାର ମାଲହୋତ୍ରା:

ଅଗ୍ରଣୀ ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ତଥା ଏଚସିଏଲ କର୍ପୋରେସନର ସିଇଓ ରୋଶନୀ ନଦାର ମାଲହୋତ୍ରା ଫୋର୍ବ୍ସର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ୮୧ତମ ସ୍ଥାନରେ ରହିଛନ୍ତି। ରୋଶନୀ ନଦାର ୧୨ ବିଲିୟନ ଡଲାରର କମ୍ପାନୀର ରଣନୈତିକ ନିଷ୍ପତ୍ତି ନିଅନ୍ତି। ରୋଶନୀ ନଦାର ମାଲହୋତ୍ରା ଶିବ ନଦାର ଫାଉଣ୍ଡେସନର ଟ୍ରଷ୍ଟି ମଧ୍ୟ ଅଛନ୍ତି ଏବଂ ଏହା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ରୋଶନୀ ନଦାର ପ୍ରକୃତି ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ଦି ହାବିଟାଟସ୍ ଟ୍ରଷ୍ଟ ପ୍ରତିଷ୍ଠା କରିଛନ୍ତି।

କିରଣ ମଜୁମଦାର ଶା’:

କିରଣ ମଜୁମଦାର ଶା’ଙ୍କୁ ଫୋର୍ବ୍ସର ସବୁଠୁ କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ୮୨ତମ ସ୍ଥାନ ମିଳିଛି। କିରଣ ମଜୁମଦାର ହେଉଛନ୍ତି ବାୟୋଟେକ କମ୍ପାନୀ ବାୟୋକନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା। ବାୟୋକନ୍ ଆଜି ଆମେରିକା ଏବଂ ଏସିଆର ବିଭିନ୍ନ ବଜାର ସମେତ ବିଶ୍ୱବ୍ୟାପୀ ପହଞ୍ଚି ପାରିଛି। କିରଣ ମଜୁମଦାର ଶା’ ଭାରତର ଅନ୍ୟତମ ସଫଳ ଶିଳ୍ପପତି। ୨୦୧୯ରେ କିରଣ ମଜୁମଦାର ଏବଂ ତାଙ୍କ ସ୍ୱାମୀ ଜନ୍ ଶା’ ୟୁନିଭର୍ସିଟି ଅଫ୍‌ ଗ୍ଲାସ୍‌ଗୋରେ କର୍କଟ ଅନୁସନ୍ଧାନ ପାଇଁ ୭.୫ ମିଲିୟନ ଡଲାର ଦାନ କରିଥିଲେ। ଶା’ଙ୍କ କମ୍ପାନୀ କରୋନା ଭାଇରସର ଆଣ୍ଟିବଡି ଥେରାପି ଉପରେ ମଧ୍ୟ କାମ କରୁଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories