www.samajalive.in
Saturday, December 13, 2025
14.1 C
Bhubaneswar

ଧାନ ସଂଗ୍ରହ ପ୍ରକ୍ରିୟା ସମୀକ୍ଷା, ୩୭ ହଜାରରୁ ଅଧିକ ଚାଷୀ ବିକ୍ରି କଲେଣି ଧାନ

ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ନୂତନ ସରକାର ଗଠନକୁ ୬ ମାସ ପୂରଣ ହୋଇଛି ଏବଂ ଏହି ୬ ମାସ ମଧ୍ୟରେ ରାଜ୍ୟ ସରକାର ଅନେକ ଲୋକହିତକର ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କହିଛନ୍ତି।

ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ପିଏମ୍‌ କିଷାନ, ସିଏମ୍‌ କିଷାନ ଓ ୮୦୦ ଟଙ୍କା ଇନ୍‌ପୁଟ ସହାୟତା ଭଳି କାର୍ଯ୍ୟକ୍ରମ ରାଜ୍ୟର କୃଷକଙ୍କୁ ସଶକ୍ତ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ କୃଷିଭିତ୍ତିକ ଯୋଜନାରେ ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ।

- Advertisement -

ବୈଠକରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତ ମାସ ୧୧ ତାରିଖ ସୁଦ୍ଧା ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାର ୩୭ ହଜାର ୭୯ ଜଣ ଚାଷୀ ୧ ଲକ୍ଷ ୮୧ ହଜାର ୧୯୬ ମେଟ୍ରିକ ଟନ୍‌ ଧାନ ବିକ୍ରି କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୩୨୩.୭୩ କୋଟି ଓ ଇନ୍‌ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories