୨ ସନ୍ତାନଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ମା’

ସମାଜ ଡିଜିଟାଲ ଡେସ୍କ: ନିଜର ଦୁଇ ସନ୍ତାନଙ୍କୁ ହତ୍ୟା କଲା ମା’। ଶେଷରେ ନିଜେ ଆତ୍ମହତ୍ୟା କଲା। ବେଙ୍ଗାଲୁରୁର କୋଡିଗେହାଲି ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତା ମହିଳାଙ୍କ ନାମ କୁସୁମା ଏବଂ ତାଙ୍କ ବୟସ ୩୫ ବର୍ଷ। ଅନ୍ୟ ମୃତକଙ୍କ ମଧ୍ୟରେ ତାଙ୍କ ପୁଅ ଏବଂ ଝିଅ ରହିଛନ୍ତି। ବୈବାହିକ ଜୀବନରେ ବିବାଦକୁ ନେଇ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ପୁଲିସ କହିଛି ଯେ, ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ ମିଳିଛି। ଆମ ମୃତ୍ୟୁ ପାର୍ଇ ଆମେ ଦାୟୀ ବୋଲି ସୁଇସାଇଡ୍‌ ନୋଟରେ ଲେଖାହୋଇଛି। ପୁଲିସ ୩ଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.