www.samajalive.in
Monday, December 8, 2025
24.1 C
Bhubaneswar

ବଦଳି ନିର୍ଦେଶ ଅମାନ୍ୟକାରୀଙ୍କ ବିରୋଧରେ ଆଜିଠୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର :ଦୀର୍ଘ ସମୟ ଧରି ବିଭିନ୍ନ ଦାୟିତ୍ବରେ ଥିବା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ ବଦଳି ପରେ ମଧ୍ୟ ନୂଆ ସ୍ଥାନକୁ ଯାଉନାହାନ୍ତି। ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବରୁ ଚେତାବନୀ ଦେଇଥିବାବେଳେ କଠୋର ଆଭିମୁଖ୍ୟ ପୋଷଣ କରିଛି ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଛି। ସମସ୍ତ ଅଧିକାରୀଙ୍କୁ କେନ୍ଦ୍ରୀୟ ଭାବେ ରିଲିଭ କରିବାକୁ ନିର୍ଦେଶ ଦିଆଯାଇଥିଲା। ଡିସେମ୍ବର ୧୦ ସୁଦ୍ଧା କାମରେ ଯୋଗଦେବାକୁ କୁହାଯାଇଥିବାବେଳେ ଯିଏ ଯୋଗ ଦେଇନାହାନ୍ତି ତା’ର ତାଲିକା ସଂଗ୍ରହ କରୁଛି ବିଭାଗ। ଆଜିଠୁ ଯେଉଁ ଓଏଏସ୍‌ ଅଧିକାରୀ କାମରେ ଯୋଗ ଦେଇ ନଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଓଏଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରିବେ ଜିଲାପାଳ। ଏହାକୁ ଅନୁପାଳନ କରିବାକୁ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୦ରେ ସରକାର ବଦଳି ନିର୍ଦେଶ ଜାରି କରିଥିବାବେଳେ ବହୁ ଓଏଏସ୍ ଅଧିକାରୀ ନିର୍ଦେଶନାମା ପାଳନ କରୁନାହାନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories