www.samajalive.in
Friday, December 12, 2025
15.1 C
Bhubaneswar

ଲଣ୍ଠନ ଧରି ଭୂତ ବଙ୍ଗଳା ଆଗରେ ଅକ୍ଷୟ, ମୁକ୍ତିଲାଭ ତାରିଖ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ହରର-କମେଡି ଚଳଚ୍ଚିତ୍ରର ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଅଭିନେତା ଏହି ପୋଷ୍ଟର ଶେୟାର କରି ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ପ୍ରାୟ ୧୪ ବର୍ଷ ପରେ ଏହି ଚଳଚ୍ଚିତ୍ରରେ ପ୍ରିୟଦର୍ଶନଙ୍କ ସହ କାମ କରୁଛନ୍ତି। ଅକ୍ଷୟ କୁମାର ତାଙ୍କ ଜନ୍ମଦିନରେ ଏହି ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଥିଲେ। ଏବେ ସେ ଏହାର ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସେ ଲଣ୍ଠନ ଧରି ଏକ ଉଚ୍ଚା ସ୍ଥାନରେ ବସିଥିବା ଦେଖିବାକୁ ମିଳିଛି।


ଏହି ପୋଷ୍ଟରରେ ଅକ୍ଷୟଙ୍କ ପଛରେ ଦେଖାଯାଇଥିବା ଦୃଶ୍ୟ ଭୂତ କାହାଣୀର ଝଲକ୍ ଦେଖାଉଛି ଏବଂ ତାଙ୍କ ହାତରେ ଥିବା ଲଣ୍ଠନ ଏହି କାହାଣୀରେ ଭୟ ସୃଷ୍ଟି କରୁଛି। ପୋଷ୍ଟର ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ‘‘ଆଜି ଆମେ ଆମ ହରର କମେଡି ‘ଭୂତ୍‌ବଙ୍ଗଲା’ର ଶୁଟିଂ ଆରମ୍ଭ କରୁଛୁ, ମୋର ପ୍ରିୟ ପ୍ରିୟଦର୍ଶନଙ୍କ ସହ ସେଟ୍‌ରେ ଥିବାରୁ ମୁଁ ବହୁତ ଉତ୍ସାହିତ। ଭୟ ଏବଂ ହସର ଏହି ଡବଲ ଡୋଜ୍‌ ଏପ୍ରିଲ ୨, ୨୦୨୬ରେ ଆପଣଙ୍କ ପାଇଁ ପ୍ରସ୍ତୁତ ହେବ। ସେପର୍ଯ୍ୟନ୍ତ, ଆପଣ ସମସ୍ତଙ୍କର ଶୁଭକାମନା ଆବଶ୍ୟକ।’’

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories