www.samajalive.in
Friday, December 12, 2025
27.1 C
Bhubaneswar

ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଉଦଘାଟିତ

ସମ୍ବଲପୁର: ସ୍ଥାନୀୟ ଜେଲ ଛକସ୍ଥିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ୪ର୍ଥ ଜାତୀୟ ସମ୍ବଲପୁର ସମ୍ମିଳନୀ ରବିବାର ଉଦଘାଟିତ ହୋଇଯାଇଛି। ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ମୁଖ୍ୟଅତିଥି ରୂପେ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଶିଷ୍ଟ ସମ୍ବଲପୁରୀ ସଂସ୍କୃତି ଗବେଷକ ଡ. ନିମାଇ ଚରଣ ପଣ୍ଡା, ଡ଼. ଶ୍ୟାମ ସୁନ୍ଦର ଧର, ସମ୍ବଲପୁରୀ ସଂଗଠକ ଉତ୍ପନ୍ନ ଭୋଇ, ସମ୍ବଲପୁରୀ ବହି ଆନ୍ଦୋଳନର ପୁରୋଧା ଗୁରୁ ସତ୍ୟନାରାୟଣ ଜାତୀୟ ସମ୍ମାନରେ ସମ୍ମାନିତ ଶିବଶଙ୍କର ପୂଜାରୀ, ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅତୁଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସମ୍ବଲପୁରୀ ବହି ପସରାର ଶୁଭାରମ୍ଭ କରାଯାଇଥିଲା। ଏହା ପରେ ସମ୍ବଲପୁରୀ ବାନ୍ଧକଳାରେ ପୁରୋଧା ରାଧାଶ୍ୟାମ ମେହେରଙ୍କ ବିଷୟରେ ପର୍ଯ୍ୟବସିତ ସମ୍ବଲପୁରୀ ବାନ୍ଧ କଳାର ପ୍ରଚାର ପ୍ରସାର ନାମରେ ଏକ ପ୍ରଦର୍ଶନୀକୁ ଅତିଥିମାନେ ଉଦଘାଟନ କରିଥିଲେ।

ସମ୍ବଲପୁରୀ ଲେଖକ ଏବଂ ସଙ୍ଗଠକ ଉତ୍ପନ୍ନ କୁମାର ଭୋଇ କହିଥିଲେ ଯେ, ବରଗଡ଼ ଜିଲା ଭୌଗୋଳିକ ଦୃଷ୍ଟିରୁ ସମ୍ବଲପୁରରୁ ଅଲଗା ହେବା ପରେ ବି ସମ୍ବଲପୁରୀ ଭାଷା ସଂସ୍କୃତି ସହ ଜଡିତ ରହି ଆସିଛି। ଆମେ ସମ୍ବଲପୁରିଆ ବୋଲି ଗର୍ବିତ। ଆଜି ବରଗଡ଼ ଜିଲାରେ ସମ୍ବଲପୁରୀ ଭାଷାର ସର୍ବାଧିକ କବି ଲେଖକ ରହିଥିବା ଦାବି କରିଥିଲେ।

- Advertisement -

ଅନ୍ୟତମ ଅତିଥି ଶିବ ଶଙ୍କର ପୂଜାରୀ ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ମଜଭୁତ କରିବା ପାଇଁ ଏଭଳି ସମ୍ମିଳନୀର ଆୟୋଜନ ଜରୁରୀ ବୋଲି କହିଥିଲେ। ବିଶିଷ୍ଟ ଗବେଷକ ଡ. ଶ୍ୟାମସୁନ୍ଦର ଧର ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାର ପ୍ରଚାର ପ୍ରସାର ଦିଗରେ ପଶ୍ଚିମାଞ୍ଚଳ ଏକତା  ମଞ୍ଚର ଭୂମିକା ଉପରେ ମତ ରଖିଥିଲେ। ଗବେଷକ ଡ. ନିମାଇ ଚରଣ ପଣ୍ଡା ମଧ୍ୟ ସମ୍ବଲପୁରୀ ଡେରାରେ ସମ୍ବଲପୁରୀର ପ୍ରଚାର ପ୍ରସାର ପାଇଁ କରାଯାଉଥିବା ପ୍ରୟାସକୁ ପ୍ରଶଂଶା କରିଥିଲେ। ସେହିପରି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ସମ୍ବଲପୁରୀ ଡେରାକୁ କେବଳ ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ବିକଶିତ କରିବାକୁ ଆହ୍ୱାନ କରିଥିଲେ। ଏହା ସହ ସରକାର ଏବଂ ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ଅପରାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସମ୍ବଲପୁରୀ ବତ୍କୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହାକୁ ସୁଷମା ପ୍ରଧାନ ଏବଂ ଡ଼.ସ୍ୱୟଂପ୍ରକାଶ ପଣ୍ଡା ପରିଚାଳନା କରିଥିଲେ।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଲୋକ ମହୋତ୍ସବର ସଂଯୋଜକ ପ୍ରଫୁଲ୍ଲ ହୋତା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଉପଦେଷ୍ଟା ଓମ୍ ଶ୍ୟାମା ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ। ବିଦ୍ୟାଶ୍ରୀ କଳା ପରିଷଦ, ବଲାଙ୍ଗୀର ସାଙ୍ଗାମାପା କଳା ପରିଷଦ, ସମେତ ବିଭିନ୍ନ ନୃତ୍ୟ ଦଳ ସମ୍ବଳପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହା ସହ ମାନସ ଷଡ଼ଙ୍ଗୀ, ସୁନୀଲ ମହାନନ୍ଦ, ଅରୁଣ ରାଜହଂସ, ଦିଲିପ ଦୀପ, ପ୍ରମୁଖ ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସଂଯୋଜନା କରିଥିବାବେଳେ ଏଥିରେ ରାଜେଶ ସ୍ବାଇଁ ସହଯୋଗ କରିଥିଲେ। କାଯ୍ୟକ୍ରମକୁ ମାନସ ମିଶ୍ର ଏବଂ ସତ୍ୟ ନାରାୟଣ ସାହୁ ପରିଚାଳନା କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories