www.samajalive.in
Friday, December 12, 2025
23.1 C
Bhubaneswar

ଯୁବଜ୍ୟୋତି କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ରଙ୍ଗାମାଟିଆ ଦଳ ଚମ୍ପିଆନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଝାରବେଡା ଯୁବଜ୍ୟୋତି କ୍ଳବର ଷଷ୍ଠ ବାର୍ଷିକ କ୍ରିକେଟ ପ୍ରତିଯୋଗିତାର ଶେଷ ଦିନରେ ପ୍ରଥମ ମ୍ୟାଚରେ ରଙ୍ଗାମାଟିଆ ଦଳ ପ୍ରଥମେ ବ୍ୟାଟିଂ କରି ୧୦୨ ରନର ବିଜୟ ଲକ୍ଷ ପାଇଁ ଓସ୍ତ ପଙ୍ଗାକୁ ଟାର୍ଗେଟ ଦେଇଥିଲା।୧୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୦ ଓଭରରେ ୯୯ ରନ କରି ଦଳ ପରାଜୟ ବରଣ କରିଥିଲା । ଉକ୍ତ ଖେଳକୁ ଗୋବର୍ଦ୍ଧନ, ନରୋତ୍ତମ ,ଟିଟୁନ ,ଗୋଲେଖ ଆଦି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ ଅଞ୍ଜନ ଓ ସୌମ୍ୟ ରଞ୍ଜନ ସୁଚାରୁ ରୁପେ ଦାୟିତ୍ଵ ପରିଚାଳନା କରିଥିଲେ । ଶେଷରେ ଫାଇନାଲ ମ୍ୟାଚ ରଙ୍ଗାମାଟିଆ ଓ ଭୋଳବେଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଭୋଳବେଡା ଟସ ଜିତି ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୮ ଓଭର ୪୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଦ୍ୱିତୀୟ ଇନିସରେ ରଙ୍ଗା ମାଟିଆ କ୍ରିକେଟ ଟିମ ବ୍ୟଟିଂ କରି ୬ଓଭର ୫ ଉଇକେଟ କରି ମ୍ୟାଚ ଜିତି ନେଇଥିଲେ । ଏବଂ ୨୦୨୪ ମସିହା ର ଆୟୋଜିତ ପ୍ରତିଯୋଗିତାରେ ରଙ୍ଗାମାଟିଆ କ୍ରିକେଟ ଟିମ ଚମ୍ପିୟାନ ହୋଇଥିଲା। ଉକ୍ତ ମ୍ୟାଚକୁ ଅମ୍ପାୟାର ଟିଟୁନ ଓ ଗୋଲେଖ ପରିଚାଳନା କରିଥିଲେ। ଏହି ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ , ମୁଖ୍ୟ ବକ୍ତା ଭାବେ ଏସ କେ ଇମ୍ରାନ ଏବଂ ଅତିଥିମାନେ ସୁନିଲ ନାଏକ ବଡ଼ ପିଛୁଳା ,ନନ୍ଦ କିଶୋର ମଢେଇ,ମନୋଜ ନାଏକ,ହୃଷିକେଶ ନାଏକ,ଜଳଧର ମୁଣ୍ଡା,ମହେନ୍ଦ୍ର ନାଏକ,ଖଗେଶ୍ୱର ମହାନ୍ତ,ବିଶ୍ୱନାଥ ନାଏକ,ଧୀରେନ ନାଏକ,ରାଇମୋହନ ମଢେଇ ପ୍ରମୁଖ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories