www.samajalive.in
Saturday, December 6, 2025
14.1 C
Bhubaneswar

ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସମିତି କାର୍ଯ୍ୟାଳୟର ସଦ୍ଭାବନା ଗୃହରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଉପସ୍ଥିତ ରହିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଡମ୍ବୁରୁ କଞ୍ଜ।କା ,କଳାକାର ସଂଘର ଉପସଭାପତି ସନ୍ତୋଷ କୁମାର ବଚ୍ଛ।, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ସମାଜସେବୀ ରାମାରାଓ କାଡ୍ରାକା ,ସୁନ୍ଦର ରାଓ ବାଗ, ସି ହେଚ ନାଗେଶ୍ୱର ରାଓ , ବିଧାୟକ ପ୍ରତିନିଧି ପ୍ରଶାନ୍ତ ନନ୍ଦ କୌଶଲ୍ୟା ପ୍ରମୁଖ ମଞ୍ଚାସିନ ରହିଥିଲେ। ଆଜି ରବିବାର ୮ ତାରିଖ ଦିନ ୯ ଘଣ୍ଟା ସମୟରେ ପଦ୍ମପୁର ବ୍ଲକର ମରିଚଗୁଡା ଗ୍ରାମସ୍ଥିତ ପବିତ୍ର ଅକ୍ଷରବ୍ରହ୍ମ ମନ୍ଦିର ଠାରୁ ଶୁଭାରମ୍ଭ କରି ଜିଲ୍ଲାସ୍ତର ଚଇତି ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ କରାଯିବ। ସେହି ଦିନ ଠାରୁ ଜିଲାର ୧୧ଟି ବ୍ଲକରେ ମଧ୍ୟ ଚଇତି ୨୦୨୪ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିରେ ଚଳିତ ମାସ ୧୯ତାରିଖ ଦିନ କଲ୍ୟାଣସିଂହପୁରରେ ଚଇତି ପାଳନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଗାଁ ଗହଳିରେ ଥିବା ଲୁକ୍କାୟିତ ପ୍ରତିଭା ଗୁଡିକ ଲୋକ ଲୋଚନ ଆଣିବା ପାଇଁ ଏହାର ପ୍ରୟାସ। ବିଭାଗୀୟ ଷ୍ଟଲ କରାଯିବ ଓ ବିଭିନ୍ନ ବିଷୟରେ ଆଲୋଚନା କରା ଯାଇଥିଲା। ଏଥିରେ ସରପଞ୍ଚ ଗୌତମ ବାର୍ଲି,ସମିତି ସଭ୍ୟା, ପାର୍ଶାଲି ସ୍ୱତନ୍ତ୍ର ଅଧିକାରୀ ମୋନାଜ କୁମାର ସାହୁ ,ଅଗ୍ନିଶମ , ମିନି ବ୍ୟାଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ,ସମାଜସେବୀ , ଡମ୍ବ ସମାଜ, ଡ୍ରାଇଭର ସଂଘ, ମହାବିଦ୍ୟାଳୟ ଅଧ୍ୟକ୍ଷ, ଥାନା, ବଣିକସଙ୍ଘ, ତହସିଲ, ଆଦିବାସୀ କନ୍ଦ କୁଳ ସମାଜ ,ପଶୁ ଚିକିତ୍ସକ, ବନ ,ଆଇ ସିଡିଏସ ,ସାମ୍ବାଦିକ ସଙ୍ଘ ପ୍ରମୁଖ ଉପସ୍ଥିତ ରହି ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories