ଅପରାହ୍ଣ ୪ଟା ମୁଖ୍ୟ ଖବର
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି, ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ..
ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ..ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ଟିଟିଲାଗଡ଼ରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ, ଡେଙ୍ଗପଦର ଉପ୍ରା ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ସେମାନଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି
ଖୁବ୍ ଶୀଘ୍ର ଦୂରଦର୍ଶନରେ ’ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢାଯିବ, ୬ ରୁ ୭ ଦିନରେ ଏହା କରାଯିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ.. ’ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା..
ଆଜିଠୁ ରାଜ୍ୟରେ ଖସିବ ପାରଦ, ବଢିବ ଶୀତ: ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ସମ୍ଭାବନା
ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ଏସସିଏଫ୍ : ଏସସିଏଫ୍ ରେବତୀ ରମଣ ଯୋଶୀଙ୍କୁ ଗିରଫ କଲା ଭିଜିଲାନ୍ସ , ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ ୩ କୋଠା , ସମ୍ବଲପୁର ଓ ବରଗଡରେ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ, ଚଢାଉ ବେଳେ ନଗଦ ୧୪.୭୧ ଲକ୍ଷ ଟଙ୍କା ଜବତ
ନୀଳଗିରିରେ ୫୦ ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉତ୍ପାତ : ଆଖପାଖ ଅଞ୍ଚଳରେ ବୁଲୁଛନ୍ତି , ଭୟଭୀତ ସ୍ଥାନୀୟ ଲୋକ, ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ, ଘଉଡାଇବାକୁ ଉଦ୍ୟମ ଜାରି..
ନୂଆବର୍ଷ ୨୦୨୫ : ଶନି କରିବେ ଓଲଟା ଚଳନ, ଏହି ରାଶି ହେବେ ମାଲାମାଲ୍, ମିଳିବ ସରକାରୀ ଚାକିରି..
Comments are closed.