www.samajalive.in
Saturday, December 6, 2025
17.1 C
Bhubaneswar

ପୂର୍ବତନ ଆଇଏଏସ ଅଧିକାରୀଙ୍କୁ ରାତିସାରା ଜେରା, ଇଡିର କାର୍ଯ୍ୟ ପଦ୍ଧତିକୁ ‘ଭୟଙ୍କର’ କହିଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ଏକ ମାମଲାରେ ଇଡିର କାର୍ଯ୍ୟପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଜଣେ ଆଇଏଏସ ଅଧିକାରୀ ଅନିଲ ଟୁଟେଜାଙ୍କୁ ରାତି ସାରା ଜେରା କରାଯିବା ଘଟଣାକୁ ‘ଭୟଙ୍କର’ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଗତ ଏପ୍ରିଲ ୨୦ ତାରିଖରେ ତତ୍କାଳୀନ ଆଇଏଏସ ଅଧିକାରୀ ଅନିଲ ଅପରାହ୍ନ ସାଢ଼େ ୪ଟାରେ ରାୟପୁରସ୍ଥିତ ଆଣ୍ଟି କରପ୍‌ସନ ବ୍ୟୁରୋ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଛତିଶଗନ ମଦମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କୁ ଦିନ ୧୨ଟାରେ ହାଜର ହେବାକୁ ସମନ ଜାରି କରିଥିଲା। ଏହାପରେ ଅପରାହ୍ନ ୫ଟା ୩୦ରେ ହାଜର ହେବାକୁ ସମନ ଜାରି କରାଯାଇଥିଲା। କିନ୍ତୁ ଅନିଲ ହାଜର ନ ହେବାରୁ ଇଡି ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟକୁ ଆସି ସେଠାରୁ ତାଙ୍କୁ ନେଇଯାଇଥିଲେ। ପରେ ରାତି ସାରା ତାଙ୍କୁ ଜେରା କରାଯାଇଥିଲା ଏବଂ ଭୋର ୪ଟାରେ ଗିରଫ କରାଯାଇଥିବା ଦର୍ଶାଯାଇଥିଲା। ଇଡିର ଏପରି କାର୍ଯ୍ୟକଳାପ ବିରୋଧରେ ଅନିଲ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ତାଙ୍କ ଗିରଫଦାରିକୁ ରଦ୍ଦ କରିବା ଲାଗି ଆବେଦନ କରିଥିଲେ।

- Advertisement -

ଜଷ୍ଟିସ ଅଭୟ ଏସ. ଓକା ଏବଂ ଅଗଷ୍ଟିନ ଜର୍ଜ ମାସିହ ପିଟିସନର ଶୁଣାଣି କରିଥିଲେ। ଖଣ୍ଡପୀଠ ଇଡି ଅଧିକାରୀଙ୍କ ଏପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକଳାପକୁ ନାପସନ୍ଦ କରିଥିଲେ। କିନ୍ତୁ ଏହାଦ୍ଵାରା ଗିରଫଦାରିକୁ ରଦ୍ଦ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ମାତ୍ର ଇଡିର କାର୍ଯ୍ୟକଳାପକୁ ବିବ୍ରତକର ବୋଲି କହିଥିଲେ। ଖଣ୍ଡପୀଠ ଆବେଦନକାରୀ ଅନିଲଙ୍କୁ ତଳକୋର୍ଟକୁ ଯାଇ ଜାମିନ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories