www.samajalive.in
Saturday, December 6, 2025
14.1 C
Bhubaneswar

୧୫ରୁ ଓଡ଼ିଶା ଓପନ ଗ୍ରାଣ୍ଡମାଷ୍ଟର ଚେସ୍‌

ଚନ୍ଦ୍ରଶେଖରପୁର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଚଳିତ ଡିସେମ୍ବର ୧୫ ରୁ ୨୨ ପର୍ଯ୍ୟନ୍ତ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଓଡ଼ିଶା ଓପନ ଚେସ ଉତ୍ସବ ଆୟୋଜିତ ହେବ। ୮ ଦିନ ଧରି ହେବାକୁ ଥିବା ପ୍ରତିଯୋଗିତାରେ ୨୫ଟି ଦେଶରୁ ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ । ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇନ୍‌ଟରନ୍ୟାସ୍‌ନାଲ ଏବଂ ଏମ୍‌ପ୍ରିଓ ଗ୍ରୁପ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହେବ ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି ବୋଲି ଚନ୍ଦ୍ରଶେଖରପୁର ପଟିଆସ୍ଥିତ ଏକ ଘରୋଇ ହୋଟେଲ ସଭାଗୃହରେ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମଣ୍ଟ ଆୟୋଜନ କମିଟି ଅଧ୍ୟକ୍ଷ ଡାକ୍ତର ଅବିନାଶ ସାମଲ୍ କହିଛନ୍ତି । ଏଓସିଏର ସମ୍ପାଦକ ତଥା ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଦେବବ୍ରତ ଭଟ୍ଟ ଏହି ଅବସରରେ କହିଛନ୍ତି ଯେ ‘ଏ’ କ୍ୟାଟେଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳି ଭାଗ ନେଉଥିବା ବେଳେ କ୍ୟାଟେଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋ ରେଟିଂ ଥିବା ଖେଳାଳି ଏବଂ କ୍ୟାଟେଗୋରୀ ‘ସି’ରେ ୧୬୦୦ ଏଲୋ ରେଟିଂରୁ କମ୍ ଥିବା ଖେଳାଳି ପ୍ରତିଯୋଗିତାରେ ଭାଗ ନେବେ ।

- Advertisement -

କ୍ୟାଟେଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ରାଶି ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି ବର୍ଗ ‘ବି’ ଏବଂ ବର୍ଗ ‘ସି’ ନିମନ୍ତେ ୭.୫ ଲକ୍ଷ ଟଙ୍କା ଲେଖାଏଁ ରହିଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୋଆର ଛାତ୍ର ମଙ୍ଗଳ ଡିନ୍ ତଥା ଆୟୋଜକ କମିଟିର ସହ-ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏସ୍‌ଆର୍‌ଆଇସିର ଡିନ୍ ପ୍ରଫେସର ପି.କେ. ପାତ୍ର, ଏଓସିଏର କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ଇନ୍‌ଟରନ୍ୟାସ୍‌ନାଲ୍ ଆର୍ବିଟର ତାପସ କୁମାର ମହାନ୍ତି, ଏଓସିଏର ଏକଜିକ୍ୟୁଟିଭ୍ କମିଟିର ସଦସ୍ୟ ସୁର୍ଯ୍ୟକାନ୍ତ ବିଶୋଇ ପ୍ରମଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories