www.samajalive.in
Saturday, December 6, 2025
16.1 C
Bhubaneswar

କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: କୃଷି ଉତ୍ପାଦନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ର ଯଥେଷ୍ଟ ଅବଦାନ ରହିଛି। ଆମ ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ। ତେଣୁ କୃଷି ଏବଂ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗୁରୁବାର ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ ଏହା କହିଥିଲେ।

ରାଷ୍ଟ୍ରପତି କହିଥିଲେ, ବିଗତ ଦଶନ୍ଧିରେ ଭାରତ କୃଷି ଉତ୍ପାଦନରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି। ବର୍ତ୍ତମାନ ଭାରତ ଅନ୍ୟ ଦେଶକୁ କୃଷିଦ୍ରବ୍ୟ ରପ୍ତାନୀ କରୁଛି। କେନ୍ଦ୍ର ସରକାର ଜାତୀୟ ପ୍ରାକୃତିକ କୃଷି ମିଶନ ଆରମ୍ଭ କରିଛନ୍ତି। କୃଷି କାର୍ଯ୍ୟ ପାଇଁ ଦେଶରେ ବ୍ୟାପକ ସୁଯୋଗ ରହିଛି ବୋଲି କହିଥିଲେ। ଓୟୁଏଟି ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ, ରାଷ୍ଟ୍ର ଗଠନରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କର ଅବଦାନ ରହିଛି। ଦେଶ ବିଦେଶରେ ବହୁ ଛାତ୍ରଛାତ୍ରୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories