ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ୩ୟ ଦିନ : ଆଜି ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ..
ଓୟୁଏଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୪୦ତମ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ
ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ..
-ରାଷ୍ଟ୍ର ଗଠନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଅବଦାନ ରହିଛି..
-ଦେଶ ବିଦେଶରେ ବହୁ ଛାତ୍ରଛାତ୍ରୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି
-କୃଷି ଉତ୍ପାଦନରେ ଓୟୁଏଟିର ଯଥେଷ୍ଟ ଅବଦାନ ରହିଛି..
-ଆମ ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକାର ଅଧାର ହେଉଛି କୃଷି କାର୍ଯ୍ୟ
-ବିଗତ ଦଶନ୍ଧିରେ ଭାରତ କୃଷି ଉତ୍ପାଦନରେ ବହୁ ସଫଳତା ହାସଲ କରିଛି..
ନୂଆବର୍ଷ ୨୦୨୫ରେ ୪ ଗ୍ରହଙ୍କ ଚଳନ; ବାସ୍ ଆପଣାନ୍ତୁ ଏହି ଉପାୟ, ବର୍ଷଯାକ ସୁନାଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍..
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ : ତୃତୀୟ ଥର ପାଇଁ ବନିବେ ସିଏମ୍, ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ଭାବରେ ନେଇପାରନ୍ତି ଶପଥ..
ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପାରିତ ହେବ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ , ଜଳ ସମ୍ପଦ, ରାଜସ୍ଵ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ୍ ଖଣି ଆଦି ବିଭାଗର ରହିଛି ପ୍ରଶ୍ନକାଳ, ଶୂନ୍ୟକାଳରେ ପୋଲାଭରମ୍, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ..
ଆଜି କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟା : ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ମୁଗ୍ଧ କଲା ଓଡିଶୀ ନୃତ୍ୟ..
ଆଜି ଉତକ୍ଷେପଣ ହେବ ପ୍ରୋବା-୩, ଏହି କାରଣରୁ ଘୁଞ୍ଚିଥିଲା ଲଞ୍ଚ ତାରିଖ..
ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…
ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା, ଜଣେ ମୃତ ଓ ୨ ଗୁରୁତର ଆହତ, ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଘଟିଛି ଅଘଟଣ..
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ସଶସ୍ତ୍ର ଡକାୟତି ; ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା..
ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୂପା ଜବତ, ଜିଏସଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି, ଜଣେ ଅଟକ..
Comments are closed.