www.samajalive.in
Saturday, December 6, 2025
26.1 C
Bhubaneswar

ସଶସ୍ତ୍ର ଡକାୟତି : ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା

ଭଦ୍ରକ: ଘରେ ପଶି ହାଣିଲେ ଓ ଲୁଟି ନେଲେ ଟଙ୍କା ଏବଂ ସୁନାଗହଣା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗାଁରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ମୁଖା ପିନ୍ଧା ଦୁର୍ବୁତ୍ତ ୪ ଜଣଙ୍କୁ ହାଣି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ବୁଧବାର ରାତିରେ ଦୁର୍ବୁତ୍ତମାନେ ମାଧବ ସେଠୀଙ୍କ ଘରେ ପଶି ଡକାୟତି କରିଛନ୍ତି। ଦୁର୍ବୁତ୍ତମାନେ ଚତୁରତାର ସହିତ ପ୍ରଥମେ ଘର ସମ୍ମୁଖରେ ଥିବା କୁକୁଡା ଭାଡିକୁ ଖୋଲିଦେଇଥିଲେ। କୁକୁଡା ଶଦ୍ଦ ଶୁଣି ଘର ଲୋକ ବାହାରକୁ ଚାଲି ଆସିଥିଲେ। ଏବଂ ଏହାର ସୁଯୋଗ ନେଇ ୬ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍ କରିଥିଲେ। ଘରେ ଥିବା ମହିଳାଙ୍କ ଠାରୁ ସୁନାଗହଣା ଲୁଟିବା ସହ ଆକ୍ରମଣ କରିଛନ୍ତି। ଘରର ୩ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories