www.samajalive.in
Sunday, December 14, 2025
19.1 C
Bhubaneswar

ପିକଅପ ଭ୍ୟାନ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ର ଗୋବିନ୍ଦପୁର ଛକ ନିକଟରେ ମଙ୍ଗଳବାର ରାତିରେ ପିକଅପ ଭ୍ୟାନ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବାଇକ ସହିତ ୩ ଜଣ ଯୁବକ ରାସ୍ତାକଡ଼ରେ ଛିଡ଼ା ହୋଇଥିବା​‌ବେଳେ ପିକଅପ ଭ୍ୟାନଟି ସେମାନଙ୍କୁ ଧକ୍କା ଦେଇଥିଲା। ମୃତକ ଦ୍ଵୟ ହେଲେ ଗୋଳନ୍ଥରା ଥାନା ଅଧୀନ ରାମେୟାପାଟଣା ଗାଁର  ଭି. କାର୍ତ୍ତିକ(୨୧) ଓ  ଭି. ରବି କୁମାର( ୨୪)। ଅନ୍ୟ ଜଣେ ଯୁବକ ବି. ବିଜୟ କୁମାର ଆହତ ହୋଇଛନ୍ତି। ମଙ୍ଗଳବାର ରାତି ସାଢେ ୧୦ଟା ସମୟରେ କାର୍ତ୍ତିକ, ରବି କୁମାର ଓ ବିଜୟ କୁମାର ଇଚ୍ଛାପୁରା ରେଳ ଷ୍ଟେସନରୁ ଏକ ସ୍କୁଟି (ଓଡି ୦୭ ଏ ଟି ୭୬୪୮) ଯୋଗେ ଫେରି ଗୋବିନ୍ଦପୁର ଛକ ନିକଟରେ ଛିଡା ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦ୍ଵାରା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କାର୍ତ୍ତିକ ଓ ରବି କୁମାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଗୋଳନ୍ଥରା ଥାନାରେ କେସ ନଂ ୫୧୮/୨୪ରେ ଏକ ମାମଲା ହୋଇଛି। ଦୁର୍ଘଟଣା ଗ୍ରସ୍ତ ପିକଅପ୍‌ ଏବଂ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories