www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ଥାନୀୟ ଲୋକକଳା କଳାକାରଙ୍କୁ ଅଣଦେଖା ଅଭିଯୋଗ, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଳା ସଂସ୍କୃତି ସଂଘ ପଞ୍ଜିକୃତ ଲୋକକଳା କଳାକାରମାନେ ରାୟଗଡ଼ା ଜିଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ବ୍ଲକ୍ ସଭାପତିଙ୍କ ଜରିଆରେ ଜିଲାପାଳ ତଥା ଜିଲା ସଭାପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଉପସ୍ଥିତ ନ ଥିବାରୁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି କି ଦୀର୍ଘ ଦିନ ଧରି ଲୋକକଳା କଳାକାରଙ୍କୁ କାମ ମିଳୁ ନ ଥିବା ନେଇ ବାରମ୍ବାର ଗୁହାରୀ କରିବା ପରେ ବି କୌଣସି କାମ ମିଳି ନ ଥିବାବେଳେ ବାହାର ଜିଲା କଳାକାର ଆସି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚେତନ କାର୍ଯ୍ୟକ୍ରମ କରୁଥିବାର ନଜର ଆସିଛି। ଯାହାକୁ ସ୍ଥାନୀୟ କଳାକାର ଦୃଢ଼ ବିରୋଧ କରିବା ସହ ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି। ସମୀକ୍ଷା ବୈଠକ କରି ଆଞ୍ଚଳିକ ଲୋକକଳାର ପ୍ରଚାର ପ୍ରସାର ସହ କଳାକାରଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯାଉ। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛାଙ୍କ ସମେତ ବରିଷ୍ଠ କଳାକାର ବାସୁଦେବ ମାର୍ଥା, ସୁରେଶ ବିଡ଼ିକା, ନରେନ୍ଦ୍ର ଗଣ୍ଡିଆ, ଟଙ୍କଧର ନେମାଲପୁରୀ, ଚନ୍ଦନ ଗୁଡ଼ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories