www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟପାଳଙ୍କୁ ଭେଟିଲା ମହାୟୁତି, ଗୁରୁବାର ଶପଥ ନେବେ ଫଡନବିସ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦେବେନ୍ଦ୍ର ଫଡନବିସଙ୍କୁ ଚୟନ କରାଯିବା ପରେ ରାଜ୍ୟରେ ସରକାର ଗଠନ କରିବା ଲାଗି ମହାୟୁତି ମେଣ୍ଟ ବୁଧବାର ରାଜ୍ୟପାଳଙ୍କୁ ଭେଟିଛି। ମେଣ୍ଟ ସହଯୋଗୀ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ, ବିଜେପି ବିଧାୟକ ଦେବେନ୍ଦ୍ର ଫଡନବିସ ଏବଂ ଏନସିପି ମୁଖ୍ୟ ଅଜିତ ପାଓ୍ବାର ମୁମ୍ବଇସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି। ଡିସେମ୍ବର ୫ ଗୁରୁବାର ଦିନ ଫଡନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ମେଣ୍ଟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିବାବେଳେ ବିଦାୟୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହାର ନିଷ୍ପତ୍ତି ବିଜେପି ନେତୃବୃନ୍ଦଙ୍କ ଉପରେ ଛାଡ଼ିଥିଲେ। ତଦନ୍ତୁଯାୟୀ ବୁଧବାର ବିଜେପିର କୋର କମିଟି ବୈଠକ ବସିଥିଲା। ବୈଠକରେ ଫଡନବୀସଙ୍କ ନାମରେ ମୋହର ବାଜିଥିଲା। ଫଡନବିସଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ପରେ ସେ ଅନ୍ୟ ୨ ସହଯୋଗୀ ଦଳର ମୁଖ୍ୟଙ୍କ ସହିତ ମିଶି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories