www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକ ଆହତ, ଟାୟାର ଜାଳି ରାସ୍ତାରୋକ

ପାତ୍ରପୁର: ପଦାଦିଗି ପଞ୍ଚାୟତ କେଲୁହା ନାରାୟଣପୁର ଛକଠାରେ ବିଦ୍ୟୁତ୍  ତାର ସଂସ୍ପର୍ଶରେ ଆସି ଜଣେ  ଯୁବକ ଆହତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଆହତ ଯୁବକ ହେଉଛନ୍ତି ପ୍ରୀତମ ଚକ୍ରବର୍ତ୍ତୀ(୨୨)। ​‌ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ରବିବାର ପ୍ରୀତମ କମ୍ପାନୀର ବିଜ୍ଞାପନ ବୋର୍ଡ କେଳୁହା ଛକଠାରେ ଟାଙ୍ଗୁଥିବା ବେଳେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର  କରି ପାତ୍ରପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ଲୋକ ରୁଣ୍ଡ ହୋଇ ଚିକିଟିଠାରୁ ଖାରିଆଗୁଡା ଏବଂ ପାତ୍ରପୁର ତୁମ୍ବା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ତିନି ପାର୍ଶ୍ୱରେ ବହୁ ଗାଡ଼ି ଅଟକି ଥିବା ବେଳେ ସ୍ଥାନୀୟ ଦୋକାନ ବଜାର ବନ୍ଦ ରହିଥିଲା। ଏହି ଅଞ୍ଚଳରେ ଘର ଉପର ଦେଇ ବିଦ୍ୟୁତ୍ ତାର ଯାଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଲୋକମାନେ ଅଭିଯୋଗ କରିବା ସହିତ ସ୍ଥାୟୀ ପ୍ରତିକାର ଦାବି କରିଥିଲେ।  ଖବର ପାଇ  ପାତ୍ରପୁର ଅତିରିକ୍ତ ତହସିଲଦାର ଦିଲୀପ କୁମାର ଦେହୁରୀ, ଜରଡା ଥାନା ଅଧିକାରୀ ଟୁନା ସାସମଲ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏକ ସ୍ଥାନୀୟ ପ୍ରତିନିଧି ଦଳ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବା ନେଇ ସ୍ଥିର ହେବା ପରେ ରାସ୍ତାରୋକ ହଟିଥିଲା।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories