ସମ୍ବଲପୁର: ସମ୍ବଲପୁର ଜିଲା କିସିଣ୍ଡା ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ୨୦୨୩ ମସିହାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ମାନ୍ୟବର ସ୍ୱତନ୍ତ୍ର ଅଦାଲତ (ପୋକ୍ସୋ) ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଗତ ୨୦୨୩ ମାର୍ଚ୍ଚ ମାସରେ କିସିଣ୍ଡା ଥାନା ଅନ୍ତର୍ଗତ ନିବାସୀ ନିବାସୀ ନାବାଳିକା (୧୫) ଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାର ବାପା ଓ ମାଁ ବୁର୍ଲା ସ୍ଥିତ ଭିମସାରକୁ ନେଇ ଚିକିତ୍ସା କରାଇଥିଲେ। ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ନାବାଳିକା ଗର୍ଭବତୀ ଥିବାର କହିଥିଲେ। ତହିଁ ପରଦିନ ଏକ ଶିଶୁ ପୁତ୍ରକୁ ନାବାଳିକା ଜନ୍ମ ଦେଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଘରକୁ ଆସି ପଚାରିବାରୁ ପିଡିତା ତା ମାଁଙ୍କୁ କହିଥିଲେ ଯେ, ପ୍ରାୟ ୯ ମାସ ତଳେ ସେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଦୁଷ୍କର୍ମକାରୀ ଅଭିଯୁକ୍ତ ଦିନବନ୍ଧୁ ଦେହୁରୀ (୬୨) ମଧ୍ୟ ତାଙ୍କର ଛେଳି ଚରାଇବାକୁ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ଧମକଚମକ ଦେଇ ଜୋରଜବରଦସ୍ତି ଦୁର୍ଷ୍କମ କରିଥିଲେ। ଏହା ପରେ ମଧ୍ୟ ଅନେକ ଥର ନାବାଳିକାକୁ ଧମକ ଚମକ ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ନାବାଳିକା ଜଣକ ଡରି ଯାଇ ଏ ସମ୍ପର୍କରେ କାହାରିକୁ କହି ନ ଥିଲେ। ତେବେ ଶିଶୁ ଜନ୍ମ ହେବା ପରେ ଘଟଣାଟି ସମ୍ମୁଖକୁ ଆସିଥିଲା। ପିଡିତାଙ୍କ ଠାରୁ ତାର ବାପା ଓ ମାଁ ସବୁ ଜାଣିବା ପରେ ମାର୍ଚ୍ଚ ୨୦୨୩ ମସିହାରେ କିସିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଦିନବନ୍ଧୁ ଦେହରୀଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ମାନ୍ୟବର ପୋକ୍ସୋ ଅଦାଲତର ବିଚାରପତି ଅଭିଳାଷ ସେନାତପି ୨୫ ଜଣ ସାକ୍ଷ୍ୟଙ୍କ ବୟାନ ଓ କାଗଜପତ୍ର ଗୁଡିକର ଯାଞ୍ଚ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଣୁ ମାନ୍ୟବର ବିଚାରପତି ଏହି ମାମାଲର ଶୁଣାଣି କରି ତାଙ୍କର ଫଇସଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରୀ ୧ ବର୍ଷର ଅତିରିକ୍ତ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରୁଥିଲେ।
Popular Categories



