www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ଲୋକ ମହୋତ୍ସବର ଆୟୋଜନକୁ ନେଇ ଥମୁନି ବିବାଦ

ସମ୍ବଲପୁର: ଆସନ୍ତା ଜାନୁଆରୀ ୨୦୨୫ରେ ଆୟୋଜିତ ହେବାକୁ ଥିବା ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଚାଲିଥିବା ବିବାଦ ଥମିବାର ନାମ ନେଉ ନାହିଁ। ନିତି ପ୍ରତି ଦିନ ଏହି ମହୋତ୍ସବର କମିଟି ଚୟନକୁ ନେଇ ବିଭିନ୍ନ ଦାବି ସମ୍ମୁଖକୁ ଆସୁଥିବା ବେଳେ ଶନିବାର ଲୋକ ମହୋତ୍ସବର ସଂଯୋଜକ ଦାୟିତ୍ୱ ପଦ୍ମଶ୍ରୀ ବିଜେତା କିମ୍ବା ଅଣରାଜନୈତିକ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ଦାବି କରାଯାଇଛି। ଯୁବ ନେତା ଦେବାଶିଷ ପୁରୋହିତ ଓ ସୌରଭ ରଞ୍ଜନ ମହାପାତ୍ର ଏକ ପ୍ରେସ ବିବୃତ୍ତି ଦେଇ କହିଛନ୍ତି ଯେ, ସମ୍ବଲପୁର ଲୋକ ମହୋତ୍ସବ ଓଡ଼ିଶାର ଜନପ୍ରିୟ ଏବଂ ଗୌରବମୟ ସାଂସ୍କୃତିକ ଆୟୋଜନ ମଧ୍ୟରୁ ଗୋଟିଏ। ଏହା ସମଗ୍ର ପଶ୍ଚିମ ଓଡ଼ିଶା ର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲାର ସଂସ୍କୃତିକ ପରମ୍ପରା, ଲୋକ କଳା, ଭାଷା, ସାହିତ୍ୟ ଏବଂ ଗୀତ-ନୃତ୍ୟକୁ ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଆୟୋଜନ କରାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମ୍ବଲପୁରୀ ସଂସ୍କୃତିକୁ ସୁରକ୍ଷା କରିବା ଏବଂ ଏହାକୁ ବିଶ୍ବ ଦରାରରେ ସ୍ଥାନ ଦେବା। ଲୋକ ମହୋତ୍ସବର ଆରମ୍ଭ ୧୯୯୭ ମସିହାରେ କରାଯାଇଥିଲା। ସେଥିପାଇଁ ସମ୍ବଲପୁରରେ ପ୍ରତି ବର୍ଷ ଏହି ମହୋତ୍ସବ ଜନ ସମୁଦାୟ, ଅଭିନେତା, କଳାକାର, ଏବଂ ପର୍ଯ୍ୟଟକମାନଙ୍କ ମଧ୍ୟରେ ଦୃଶ୍ୟମାନ ହୋଇଥାଏ। ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ସମ୍ବଲପୁରୀ ନୃତ୍ୟ, ଗୀତ, ବାଦ୍ୟ ଏବଂ ସ୍ଥାନୀୟ ଜନଜାତିୟ ସଂସ୍କୃତିର ମିଶ୍ରଣ। ମହୋତ୍ସବରେ ସ୍ଥାନୀୟ ଏବଂ ବାହାରୁ ଆସିଥିବା ଅନେକ କଳାକାର ତାଙ୍କର ପ୍ରତିଭା ପ୍ରଦର୍ଶନ କରନ୍ତି। ଅତିଥିମାନଙ୍କ ପାଇଁ ଜାତୀୟ ସ୍ତରର ସଂଗୀତ, ନୃତ୍ୟ, ଏବଂ ଗୀତର ପରିବେଷଣ କରା ଯାଇ ଥାଏ। ସମ୍ବଲପୁରୀ ବାନ୍ଧ କଳା ଏବଂ ସ୍ଥାନୀୟ ଖାଦ୍ୟପଦାର୍ଥ ଏଠାରେ ବିଶେଷ ଆକର୍ଷଣ। ଏହା ସମ୍ବଲପୁରୀ ଜୀବନର ସାରକଥାକୁ ଦେଖାଇଥାଏ।

ଏହି କାର୍ଯ୍ୟକ୍ରମ ପାଇଁ ପ୍ରତିବର୍ଷ ପରି ଗତ ବୁଧବାର ରେ ଜିଲା ପ୍ରଶାସନ ଦ୍ବାରା ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଯିଲପାଳ ଦେଇଥିବା ପ୍ରସ୍ତାବ ଗୁଡିକ ମଧ୍ୟରୁ ଲୋକ ମହୋତ୍ସବ ପାଇଁ ଏହାର ପାଣ୍ଠି ଦେଢ଼ ଗୁଣ ବୃଦ୍ଧି ଓ ଲୋକ ମହୋତ୍ସବ କୁ ତିନ ଦିନ ରୁ ପାଞ୍ଚ ଦିନ କୁ ବୃଦ୍ଧି ସ୍ବାଗତ ଯୋଗ୍ୟ ଅଟେ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ଚଳିତ ବର୍ଷ ଏହି ବୈଠକ ରେ ଅନେକ ବିଶଙ୍ଖଳା ଦେଖିବାକୁ ମିଳିଥିଲା। କିଛି ନ୍ୟାସ୍ତ ସ୍ୱକ୍ଷର୍ଥ ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତି ବିଶେଷ ଏହି ମଞ୍ଚ କୁ ଏକ ରାଜନୈତିକ ଆଖଡ଼ା ରେ ପରିଣତ କରିବା ପାଇଁ ବିଫଳ ପ୍ରୟାସ କରିଥିଲେ। ବିଶେଷ କରି ଏହି ମଞ୍ଚ ରାଜନୈତିକ ମଞ୍ଚ ନ ହେଉ। ସେଥି ପାଇଁ ଏହି କାର୍ଯ୍ୟକ୍ରମ ର ସଂଯୋଜକ ଦାୟିତ୍ବ ଜଣେ ସମ୍ବଲପୁରୀ ସାହିତ୍ୟ, ଭାଷା, ସଂସ୍କୃତି, ଲୋକ କଳା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ତଥା ସମସ୍ତ ପ୍ରକାର ବିବାଦ ରୁ ଊର୍ଦ୍ଧ୍ବରେ ଓ ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୋଇଥିବା ସହ ଜଣେ ଅଣ ରାଜନୈତିକ ବ୍ୟକ୍ତି ହେଲେ ଏହି ମଞ୍ଚର ଗାରିମା ବୃଦ୍ଧି ପାଇବ। ଏହି କ୍ଷେତ୍ର ରେ ପାରଦର୍ଶିତା ଥିବା ଯୋଗୁଁଁ ଜାତୀୟସ୍ତର ର ସମ୍ମାନ ପଦ୍ମଶ୍ରୀ ଉପାଧି ପାଇ ଅନେକ କଳାକାର ସମ୍ବଲପୁର ପାଇଁ ଗୌରବ ଆଣଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ସ୍ୱନାମଧନ୍ୟ ପଦ୍ମଶ୍ରୀ ଙ୍କୁ ଏହି କାର୍ଯ୍ୟକ୍ରମ ର ସଂଯୋଜକ ଦାୟିତ୍ବ ଦିଆଯିବା ଉଚିତ୍ ବୋଲି ଯୁବନେତା ଶ୍ରୀ ପୁରୋହିତ ଓ ଶ୍ରୀ ମହପାତ୍ର ଏକ ମିଳିତ ପ୍ରେସ ବିବୃତ୍ତୀ ରେ ପ୍ରକାଶ କରିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories