www.samajalive.in
Monday, December 8, 2025
24.1 C
Bhubaneswar

ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’: ଚେନ୍ନଇରେ ଟ୍ରେନ ଓ ବିମାନସେବା ବାଧାପ୍ରାପ୍ତ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ଶନିବାର ସକାଳେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଏଥିଯୋଗୁଁ ଚେନ୍ନଇରେ ଟ୍ରେନ ଓ ବିମାନସେବା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିଥିବା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଚେତାବନୀ ମିଳିବା ପରେ ଶନିବାର ଚେନ୍ନାଇ ବିମାନବନ୍ଦରରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି। ପ୍ରବଳ ବର୍ଷାରେ ଏଟିଏମରୁ ଟଙ୍କା ଉଠାଉଥିବାବେଳେ ଜଣେ ବ୍ୟକ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁର ଚେନ୍ନଇ, ଥିରୁଭାଲୁର, କାଞ୍ଚିପୁରମ, କାଲ୍ଲାକୁରୁଚି ଓ କୁଡାଲୁର ଜିଲା ଏବଂ ପୁଡୁଚେରୀରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଇଏମଡି ପକ୍ଷରୁ ତାମିଲନାଡୁର ୭ ଜିଲାକୁ ରେଡ୍‌ ଆଲର୍ଟ ଓ ୧୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସୋମବାର ପର୍ଯ୍ୟନ୍ତ ତାମିଲନାଡୁର ସାତ ଜିଲାରେ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ଏହି ଜିଲାଗୁଡିକରେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ବୋଟ୍‌, ମୋଟର ପମ୍ପ, ଗଛ କଟା ମେସିନ ସମେତ ଏନଡିଆରଏଫ୍‌ ଯବାନଙ୍କୁ ସଜାଗ ରଖାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି। ଜଳମଗ୍ନ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୋଇପଡିଥିବାବେଳେ ଏହାର ପୁନରୁଦ୍ଧାର ଲାଗି ଉଦ୍ୟମ କରାଯାଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories