www.samajalive.in
Friday, December 5, 2025
17.1 C
Bhubaneswar

ପୁଣି ୫ ଯାଏ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମପୂରଣ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ‌ ପାଠ୍ୟକ୍ରମର ନିୟମିତ ଏବଂ ପୂର୍ବ ନିୟମିତ(ଏକ୍ସ ରେଗୁଲାର) ଥିଓରୀ ପରୀକ୍ଷା ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ। ଯୁକ୍ତ ଦୁଇ ଫର୍ମପୂରଣ ଅବଧିକୁ ପୁନର୍ବାର ବୃଦ୍ଧି କରିଛି ପରିଷଦ। ଆସନ୍ତା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ।

ସୂଚନା ଅନୁଯାୟୀ ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅନୁରୋଧକ୍ରମେ ପରିଷଦ ପକ୍ଷରୁ ପୁନର୍ବାର ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିପାରି ନାହାନ୍ତି ସେମାନଙ୍କୁ ପରିଷଦ ପକ୍ଷରୁ ଅନ୍ତିମ ସୁଯୋଗ ଦିଆଯାଇଛି। ୬ ଶହ ଟଙ୍କା ଜୋରିମାନା ଦେଇ ଫର୍ମପୂରଣ କରି ନ ଥିବା ନିୟମିତ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌(ଆଭାସି)ରେ ଆବେଦନ କରିପାରିବେ।

- Advertisement -

ଛାତ୍ରଛାତ୍ରୀ ୨୯ରୁ ୩୦ ମଧ୍ୟରେ ଫର୍ମପୂରଣ ପାଇଁ ପଞ୍ଜୀକରଣ କରିପାରିବେ। ଫର୍ମପୂରଣ ବାବଦରେ ଅର୍ଥ ଚଳିତ ମାସ ୨୯ରୁ ଡିସେମ୍ବର ୨ ମଧ୍ୟରେ ପୈଠ କରିବେ। ଡିସେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ ବାବଦ ଆବଶ୍ୟକ କାଗଜପତ୍ର ଦାଖଲ କରିବେ। ପୂର୍ବରୁ ପ୍ରକାଶିତ ନିୟମ ମୁତାବକ ଫର୍ମପୂରଣ ହେବ। ୨୦୨୫ରେ ହେବାକୁ ଥିବା ପରୀକ୍ଷା ପାଇଁ ଏହା ଅନ୍ତିମ ଫର୍ମପୂରଣ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ସମୟ ବୃଦ୍ଧି କରାଯିବନି ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଏଯାବତ୍‌ ୩ ଲକ୍ଷ ୯୨ ହଜାର ୮୬୭ ବିଦ୍ୟାର୍ଥୀ ଫର୍ମପୂରଣ କରିଥିବାବେଳେ କିଛି ବିଦ୍ୟାର୍ଥୀ ଫର୍ମପୂରଣ କରିପାରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ଫର୍ମପୂରଣ ଅବଧି ବୃଦ୍ଧି କରାଯାଇଛି। ୨୦୬୨ ଶିକ୍ଷାନୁଷ୍ଠାନ (କନିଷ୍ଠ ମହାବିଦ୍ୟାଳୟ)ର ଛାତ୍ରଛାତ୍ରୀ ମୋଟ ୧୨୭୦ କେନ୍ଦ୍ରରେ ପରୀକ୍ଷା ଦେବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories