www.samajalive.in
Monday, December 8, 2025
24.1 C
Bhubaneswar

ରାଜପୁର ବନପାଳ ଅଫିସରୁ ଚୋରି

ବ୍ରଜରାଜନଗର: ବ୍ରଜରାଜନଗର ବନାଞ୍ଚଳ ଅନ୍ତର୍ଗତ ରାଜପୁର ସେକ୍ସନ ବନପାଳଙ୍କ ଅଫିସ ତଥା ବାସଗୃହରୁ ଗତ ୨୭ ତାରିଖ ରାତିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବନରକ୍ଷୀ କିଶୋର କୁମାର ଷଣ୍ଢ ଗାନ୍ଧିଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ ଘଟଣାସ୍ଥଳକୁ ଯାଇ ମାମଲାର ଅନୁସନ୍ଧାନ ଜାରି ରଖିଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ରାଜପୁର ବନପାଳ ପ୍ରଶାନ୍ତ କୁମାର ବାଗ ଗତ ୨୫ ତାରିଖରୁ ଛୁଟିରେ ଥିବା ବେଳେ ଦୁର୍ବୃତ୍ତ ମାନେ ଗତ ୨୭ ତାରିଖ ରାତିରେ ତାଙ୍କ ଅଫିସ ତଥା ବାସଗୃହରୁ ତାଲା ଭାଙ୍ଗି ଏକ ଜେରେକ୍ସ ମେସିନ, ପାଣି ପମ୍ପ, ରଙ୍ଗୀନ ଟିଭି ଚୋରି କରି ନେଇଛନ୍ତି। ସେପଟେ ଗତ ୨୮ ତାରିଖ ସନ୍ଧ୍ୟାରେ ବନରକ୍ଷୀ କିଶୋର କୁମାର ଷଣ୍ଢ ବନପାଳଙ୍କ ଅଫିସ ତଥା ବାସଗୃହରୁ ଯିବାରୁ ଚୋରି ବାବଦରେ ଜାଣିବାକୁ ପାଇଥିଲେ ଓ ପୁଲିସକୁ ଏ ବାବଦରେ ସୂଚନା ଦେଇଥିଲେ। ଗାନ୍ଧିଛକ ଫାଣ୍ଡି ଅଧିକାରୀ ମଦନମୋହନ ନାୟକ ଘଟଣାସ୍ଥଳରେ ପହଞ୍ଚି ମାମଲାର ପ୍ରାଥମିକ ଅନୁସନ୍ଧାନ କରିଥିଲେ।

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!

- Advertisement -

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories