www.samajalive.in
Saturday, December 6, 2025
26.1 C
Bhubaneswar

ବେଙ୍ଗାଲୁରୁରେ ଆଦିବାସୀ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର : ପାତ୍ରପୁର ବ୍ଳକର ଜଣେ ଦାଦନ ଆଦିବାସୀ ଶ୍ରମିକର ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ତିନିଦିନ ପରେ ଶବ ପହଞ୍ଚିବା ପରେ ରାସ୍ତା ନଥିବାରୁ ଜଙ୍ଗଲ ପଥରେ ଆଠ କିଲୋମିଟର ସାଙ୍ଗି ଭାରରେ ବୋହି ନେଇ ସତ୍କାର କରାଯାଇ ଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଉଛନ୍ତି ବୁରାତାଲ ପଞ୍ଚାୟତ କୁଶମଳା ଗ୍ରାମର ଚନ୍ଦ୍ର କାର୍ଜିଙ୍କ ପୁଅ ହରି କାର୍ଜି୨୨ ବୋଲି ଜଣା ପଡିଛି। ହରି ଦୁଇ ମାସ ତଳେ କାମ କରିବାକୁ ବେଙ୍ଗାଲୁରୁ ଯାଇଥିବା ବେଳେ ଏକ ପଥର ଖାନନରେ କାମ କରୁଥିଲେ । ଗତ ସୋମବାର ଦିନ ସେ କାମ କରୁଥିବା ଗାଡ଼ିଟି ଦୁର୍ଘଟଣା ଗସ୍ତ ହୋଇ ତିରିଶି ଫୁଟ ଖାଲକୁ ଖସି ପଡ଼ି ଥିଲା। ତୁରନ୍ତ କମ୍ପାନୀ ପକ୍ଷରୁ ନିକଟ ଡାକ୍ତରଖାନାକୁ ନେଇ ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପହଞ୍ଚିବା ପରେ ସାଙ୍ଗ ମାନେ ଡାକ୍ତର ଖାନାକୁ ଯିବା ପରେ ଶବ ବ୍ୟବଚ୍ଛେଦ କରି ଏକ ଆମ୍ବୁଲାନ୍ସ ଯୋଗେ ଗତ କାଲି ପାହାଡ ତଳ ବାତରା ସାହି ନିକଟରେ ପହଞ୍ଚି ଥିଲା।ଗ୍ରାମକୁ ରାସ୍ତା ନଥିବାରୁ ମୃତ ଦେହକୁ ସାଙ୍ଗିଭାରରେ ପ୍ରାୟ ଆଠ କିଲୋମିଟର ବୋହି ନେଇ ସତ୍କାର କରାଯାଇଥିଲା। ହରିଙ୍କର ଗୋଟିଏ ଏକ ବର୍ଷର ପୁଅ ଥିବା ବେଳେ ତାଙ୍କର ମୃତ୍ୟୁରେ ପରିବାର ଭାଙ୍ଗି ପଡିଛନ୍ତି ।ସରକାର ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories