ଧାନ ଖାଇଗଲେ ହାତୀପଲ
ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରି ବନକ୍ଷେତ୍ରର ଡ଼ଳଙ୍ଗ ଓ ଗୋଡି ପୋଖରୀ ଗ୍ରାମ ଇଲାକାରେ ୨୭ ଟିକିଆ ହାତୀପଲ କଟା ଯାଇନଥିବା ବିଲରେ ପଶି ବିଭିନ୍ନ ସ୍ଥାନରେ ଧାନ ଖାଇଯାଇଛନ୍ତି। ସେହିପରି ଡ଼ଳଙ୍ଗ ଗ୍ରାମରେ କଟାଯାଇ ରଖାଯାଇଥିବା ଡ଼ମ୍ବୁରୁଧର ମହାନ୍ତଙ୍କର ପାଖାପାଖି ୫୦ ବିଡା ଧାନ ହାତୀପଲ ଖାଇବା ସହ ନଷ୍ଟ କରିବା ପରେ ଗୋଡି ପୋଖରୀ ଗ୍ରାମର ବଣେଶ୍ୱର ନାଏକଙ୍କ ଖଳାରୁ ୮୦ ବିଡା ଧାନ ଖାଇବା ସହ ନଷ୍ଟ କରିଛନ୍ତି। ଆଜି ସକାଳୁ ହାତୀପଲ ପାଟଣା ବନାଞ୍ଚଳ ସୀମାନ୍ତ ସଦର ବନାଞ୍ଚଳର ବାଘୁଆ ସାହି କାସଭି ବ୍ରଏଲର ଫାର୍ମ ନିକଟରେ ଡେରା ପକାଇଥିଲେ ମଧ୍ୟ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ,ଗଜସାଥୀ ଓ ପାରାଷ୍ଟାପଙ୍କ ସହ ଏହି ହାତୀପଲଙ୍କ ଉପରେ ନଜର ରଖିଛନ୍ତି।
Comments are closed.