www.samajalive.in
Sunday, December 14, 2025
15.1 C
Bhubaneswar

ବାସ୍ତୁ: କେମିତି ଜାଣିବେ ଘରେ ଅଛି ନକରାତ୍ମକ ଶକ୍ତି, ଚୁଟ୍‌କିରେ କରନ୍ତୁ ସମସ୍ୟାର ସମାଧାନ..

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଘରେ ୨ ପ୍ରକାର ଶକ୍ତିର ଅବସ୍ଥିତି ରହିଥାଏ । ଗୋଟିଏ ହେଉଛି ସକରାତ୍ମକ ଓ ଅନ୍ୟଟି ହେଉଛି ନକରାତ୍ମକ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ସୁଖ-ସମୃଦ୍ଧି, ଧନ-ସମ୍ପତ୍ତି ବୃଦ୍ଧି ଓ ପରିବାରରେ ହସଖୁସିର ବାତାବରଣ ରହିଥାଏ । ମାତ୍ର ନକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଅଶାନ୍ତି, କଳହ, ଧନର ଅଭାବ ସହ ଜୀବନରେ ସମସ୍ୟା ଲାଗି ରହିଥାଏ । ତେବେ ଆପଣଙ୍କୁ ଯଦି ଅନୁଭବ ହେଉଛି, ଘରେ ନକରାତ୍ମକ ଶକ୍ତି ରହିଛି, କିଭଳି ଏହା ବିଷୟରେ ଜାଣିବେ, ଏହାସହ ଜାଣିବା ପରେ ଏହି ଶକ୍ତିକୁ ଘରୁ କିଭଳି ଦୂର କରିବେ । ଏଥିପାଇଁ କିଛି ସରଳ ଉପାୟ ମଧ୍ୟ ବର୍ଣ୍ଣନା କରାଯାଇଛି । ଏମିତି ଜାଣନ୍ତୁ ଘରେ ଅଛି ନକରାତ୍ମକ ଶକ୍ତି..

ଯଦି ନିୟମିତ ଆପଣ ବାହାରୁ ଘରକୁ ଆସିବା ମାତ୍ରେ ମାନସିକ ଅଶାନ୍ତି ଅନୁଭବ ହେଉଛି, ଖୁସି ହେବା ବଦଳରେ ଚିନ୍ତାଗ୍ରସ୍ତ ହେଉଛନ୍ତି, ମନ ଅଶାନ୍ତ ହେଉଛି, ଇଚ୍ଛା ନଥାଇ ମଧ୍ୟ କ୍ରୋଧ ଆସୁଛି । ଛୋଟ ଛୋଟ କଥାରେ ରାଗ ଆସୁଛି, କାନ୍ଦିବାକୁ ଇଚ୍ଛା ହେଉଛି, ଏସବୁ ଘରେ ହେଉଥିଲେ ଜାଣନ୍ତୁ ଘରେ ନକରାତ୍ମକ ଶକ୍ତି ରହିଛି ।

୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

- Advertisement -

ଘରେ ନକରାତ୍ମକ ଶକ୍ତି ଥିବା ଅନୁଭବ ହେଲେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ । ଘର ତିଆରି ସମୟରେ ବାସ୍ତୁ ଶାସ୍ତ୍ର ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ଭୁଲ୍‌ ଦିଗରେ ଭୁଲ୍‌ ଜିନିଷ ରଖନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ ଗଛ ଲଗାନ୍ତୁ । ନଚେତ୍‌ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହି ନକରାତ୍ମକ ଶକ୍ତିକୁ ଭୂତ-ପ୍ରେତ ନୁହେଁ ବରଂ ବାସ୍ତୁ ଦୋଷ କାରଣରୁ ଏଭଳି ହୋଇଥାଏ ବୋଲି କୁହାଯାଏ ।

ନକରାତ୍ମକ ଶକ୍ତି ପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ । ନକରାତ୍ମକ ଶକ୍ତି ତଥା ବାସ୍ତୁ ଦୋଷ ଦୂର ପାଇଁ ଓ ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ନିୟମିତ ଅଧା ବାଲତି ପାଣିରେ ଅଧା ଚାମଚ ଲୁଣ ପକାଇ ଘରକୁ ସେହି ପାଣିରେ ପୋଛନ୍ତୁ । ଏହାସହ ଗାଧୁଆଘରେ ଏକ ଛୋଟ ପାତ୍ରରେ ସାମାନ୍ୟ ଫିଟିକିରି ରଖି ଦିଅନ୍ତୁ । ଘରେ ସମସ୍ତ ଜିନିଷକୁ ମଧ୍ୟ ବାସ୍ତୁ ଅନୁଯାୟୀ ରଖନ୍ତୁ । ଏପରି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଧିରେ ଧିରେ ଦୂର ହୋଇଯାଏ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories