www.samajalive.in
Friday, December 12, 2025
27.1 C
Bhubaneswar

ସିବିଆଇର ୨୦ ଅଧିକାରୀଙ୍କ ବଦଳି

ନୂଆଦିଲ୍ଲୀ : ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସିବିଆଇରେ ଅଧିକାରୀଙ୍କ ବଦଳିର ଧାରା ଜାରି ରହିଛି। ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଦ୍ବାରା ନିଯୁକ୍ତ ସଂସ୍ଥାର ଅନ୍ତରୀଣ ନିର୍ଦେଶକ ନାଗେଶ୍ବର ରାଓ ଇତିମଧ୍ୟରେ ୨୦ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏହି ଅଧିକାରୀମାନଙ୍କ ମଧ୍ୟରେ ୨ଜି ଦୁର୍ନୀତି ଏବଂ ତାମିଲନାଡୁର ଷ୍ଟେରେଲାଇଟ କାରଖାନାରେ ବିକ୍ଷୋଭ ବେଳେ ପୁଲିସର ଗୁଳିମାଡ଼ରେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଅଧିକାରୀ ଅନ୍ତର୍ଭୁକ୍ତ। ସାମ୍ବିଧାନିକ କୋର୍ଟଙ୍କ ନିର୍ଦେଶକ୍ରମେ କୌଣସି ମାମଲାର ତଦାରଖ, ତଦନ୍ତ ଅଥବା ଯାଞ୍ଚ କରୁଥିବା ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ବଜାୟ ରଖିବାକୁ ବଦଳି ନିର୍ଦେଶରେ କୁହାଯାଇଛି। ୨ଜି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଦିଲ୍ଲୀସ୍ଥିତ ଦୁର୍ନୀତି ନିବାରଣ ଶାଖାରେ ନିଯୁକ୍ତ ବିବେକ ପ୍ରିୟଦର୍ଶୀଙ୍କୁ ଚଣ୍ଡୀଗଡ଼ ବଦଳି କରାଯାଇଛି। ସେହିଭଳି ଷ୍ଟେରେଲାଇଟ କାରଖାନା ବିରୋଧୀ ବିକ୍ଷୋଭ ବେଳେ ପୁଲିସ ଗୁଳିରେ ୧୩ ଲୋକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏ. ଶ୍ରବଣନଙ୍କୁ ମୁମ୍ବଇର ବ୍ୟାଙ୍କିଙ୍ଗ, ନିରାପତ୍ତା ଏବଂ ଠକେଇ ତଦନ୍ତ ଶାଖାକୁ ବଦଳି କରାଯାଇଛି। ହୀରା ବ୍ୟବସାୟୀ ନୀରବ ମୋଦୀ ଓ ମେହୁଲ ଚୋକସୀଙ୍କ ବିରୋଧରେ ଋଣ ଠକେଇ ମାମଲା ଏହି ଶାଖାରେ ତଦନ୍ତାଧୀନ ରହିଛି। ଉଲ୍ଲେଖ ଯେ ରାଓଙ୍କ ନିଯୁକ୍ତିକୁ ବିରୋଧ କରି ଦାଖଲ ଏକ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories