www.samajalive.in
Sunday, December 14, 2025
18.1 C
Bhubaneswar

ଉତ୍କଳ କେଶରୀ ଡ. ମହତାବଙ୍କ କୃତି ଓ କୀର୍ତ୍ତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର : ମହାନ ଜନନାୟକ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବୁଲି ଦେଖିଛନ୍ତି । ରବିନ୍ଦ୍ରମଣ୍ଡପଠାରେ ଆୟୋଜିତ ଏହି ଫଟୋଚିତ୍ର ପ୍ରଦର୍ଶନୀ ଦେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁସି ବ୍ୟକ୍ତ କରିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ତଥା ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବ ଏହି ପ୍ରଦର୍ଶନକୁ ବୁଲି ଦେଖିିଥିଲେ।

ଏହି ଫଟୋଚିତ୍ର ପ୍ରଦର୍ଶନୀକୁ ୨୧ ତାରିଖ ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସୂର୍ଯ୍ୟବଂଶୀ, ଏକାମ୍ର ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ପ୍ରଦର୍ଶନକୁ ବୁଲି ଦେଖିଥିଲେ । ୨୨ ତାରିଖରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ପ୍ରଦର୍ଶନୀ ଦେଖିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ ।

- Advertisement -

ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲାନା ଆଜାଦ, ଡ. ରାଜେନ୍ଦ୍ର ପ୍ରସାଦ, ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ବିଶ୍ୱକବି ରବିନ୍ଦ୍ରନାଥ ଠାକୁର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଦୀନବନ୍ଧୁ ଆଣ୍ଡ୍ରୁ୍ୟଜ୍‌, ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଭଳି ବହୁ ମହାମନୀଷୀଙ୍କ ସହ ଡ. ମହତାବଙ୍କ ବିଭିନ୍ନ ଫଟୋ ସ୍ଥାନ ପାଇଥିଲା । ଡ. ମହତାବଙ୍କ ଯୁବକ ସମୟ, ସ୍ୱାଧୀନତା ସଂଗ୍ରାମ, ବିଭିନ୍ନ ରଚନାବଳୀ, ଓଡ଼ିଶା ବିଧାନସଭା ଓ ପାରାଦ୍ୱୀପ ବନ୍ଦର ଲୋକାର୍ପଣ ସମାରୋହ ଏବଂ ଅନ୍ୟାନ୍ୟ ଐତିହାସିକ ଅବସରରେ ତାଙ୍କର ଫଟୋସବୁ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଡ. ମହତାବଙ୍କ ବିଷୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସାରଗର୍ଭକ ଅଭିଭାଷଣ ଓ ଡ. ମହତାବଙ୍କ ଜୀବନୀ ଆଧାରିତ ଅନେକ ବୃତ୍ତଚିତ୍ର ମଧ୍ୟ ଏଲ୍‌ଇଡି ମାଧ୍ୟମରେ ତିନିଦିନଧରି ପ୍ରଦର୍ଶିତ ହୋଇଥିଲା । ଡ. ମହତାବଙ୍କ ଜୀବନୀ ଓ ଆଦର୍ଶ ସହ ତାଙ୍କ କୃତି ଓ କୀର୍ତ୍ତି ସଂପର୍କରେ ଯୁବପିଢ଼ିଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଓ ସୁରଜିତ ମିଶ୍ର, ସୂଚନା ଅଧିକାରୀ ସୁଜିତ ରଞ୍ଜନ ସ୍ୱାଇଁ, ସୌରଭ ପ୍ରଧାନ, ଆଲୋକ ମହାନ୍ତି, ବିନାୟକ ମିଶ୍ର, ରୋଜାଲିନ୍‌ ସାହୁ, ଅମ୍ଳାନ ଦାସ ପ୍ରମୁଖ ଏହି ଫଟୋଚିତ୍ର ପ୍ରଦର୍ଶନ ଆୟୋଜନରେ ସହଯୋଗ କରିଥିଲେ । ଏହି ଫଟୋଚିତ୍ର ପ୍ରଦର୍ଶନକୁ ହଜାର ହଜାର ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ବୁଲି ଦେଖିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories