www.samajalive.in
Friday, December 12, 2025
15.1 C
Bhubaneswar

ସାଇ ପକ୍ଷରୁ ବିକଶିତ ଭାରତ ଯୁବ ନେତୃତ୍ବ ଆଲୋଚନାଚକ୍ର

କଟକ : ବିକଶିତ ଭାରତ ୟୁଥ୍‌ ଲିଡର୍ସ ଡାଏଲଗ୍‌ ଅନ୍ତର୍ଗତ ଜାତୀୟ ଯୁବ ମହୋତ୍ସବ -୨୦୨୫ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ବାରବାଟୀ ଷ୍ଟାଡ଼ିୟମସ୍ଥ ଓଡ଼ିଶା ଅଲିମ୍ପିକ୍‌ସ ସଂଘ କାଉନସିଲ ହଲ୍‌ରେ ଆୟୋଜିତ ଆଲୋଚନାଚକ୍ର​‌େ​‌ର ଏନ୍‌ୱାଇକେଏସ୍‌ ଭୁବନେଶ୍ବର ଆଞ୍ଚଳିକ ନିର୍ଦେଶକ ଶିବାଜୀ ଖାରତ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କଟକ କେନ୍ଦ୍ରର ଉପ ନିର୍ଦେଶକ ତ୍ରୈଲୋକ୍ୟନାଥ ସାହୁ, ଏନ୍‌ଏସ୍‌ଏସ୍‌ ଯୁବ ଅଧିକାରୀ ଅଜିତ କୁମାର, ନୌଚାଳକ ଅଂଶିକା ଭାରତୀ, ଅବିନାଶ କୌର, ସୋନାଲି ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଜାତୀୟ ଯୁବ ମହୋତ୍ସବ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯୁବକମାନଙ୍କୁ କ୍ରୀଡ଼ାଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ରରେ ଦକ୍ଷ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ କାର୍ଯ୍ୟକ୍ରମ ଅାୟୋଜିତ ହେଉଛି।

ଏହା ଦ୍ବାରା ଯୁବବର୍ଗ ପ୍ରତି କ୍ଷେତ୍ରରେ ନିଜକୁ ଦକ୍ଷ କରିବାର ସୁଯୋଗ ପାଉଛନ୍ତି। ପ୍ରତିଯୋଗିତା ୪ଟି ପର୍ଯ୍ୟାୟରେ ଆୟୋଜିତ ହେବ। ଚଳିତ ନଭେମ୍ବର ୨୫ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ୧୫ରୁ ୨୯ ବର୍ଷ ବୟସ ବର୍ଗରେ ବିକଶିତ ଭାରତ କୁଇଜ, ଲିଖନ, ରାଜ୍ୟସ୍ତରୀୟ ବିକଶିତ ଭାରତ ଭିଜନ ବକ୍ତୁତା ଓ ବିକଶିତ ଭାରତ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରୁ ୨୦୨୫ ଜାନୁଆରୀ ୧୧ ଓ ୧୨ରେ ଆାୟୋଜିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories