www.samajalive.in
Friday, December 5, 2025
20.1 C
Bhubaneswar

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ରଥରେ ଭୋଗ ଲଗାଯାଏ ମାଣିକ ପାଟଣା ଦହି

ଭୁବନେଶ୍ୱର : ମାଣିକପାଟଣା ଦହିକୁ ମିଳିବ ଜିଆଇ ଟ୍ୟାଗ। କେନ୍ଦ୍ର ସରକାରଙ୍କ ଏନବିଏଆର୍ ସଂସ୍ଥା ଏକ ପ୍ରମାଣିତ ତଥ୍ୟ ପ୍ରସ୍ତୁତ କରୁଛି। ମାଣିକପାଟଣା ଦହିର ଐତିହ୍ୟ, ଔଷଧୀୟ ଗୁଣ ଏବଂ ସ୍ୱତନ୍ତ୍ରତା ସମ୍ପର୍କରେ ସେମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ଚିଲିକା ଭିତରେ ରହୁଥିବା ବିରଳ ପ୍ରଜାତିର ମଇଁଷିଙ୍କ କ୍ଷୀରରୁ ପ୍ରତ୍ୟହ ପ୍ରାୟ ୫ ରୁ ୧୦ କୁଇଣ୍ଟାଲ ଦହି ଏବେ ପ୍ରସ୍ତୁତ କରାଯାଉଛି। ବହୁ ବର୍ଷ ଧରି ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ ମାଣିକ ପାଟଣା ଦହିକୁ ବାଉଁଶିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ରଥରେ ଅର୍ପଣ କରି ଭୋଗ ଲଗାଯାଏ । ଏହି ପରମ୍ପରା ବହୁ କାଳରୁ ପ୍ରଚଳିତ ହୋଇ ଆସୁଛି । ମାଣିକ ପାଟଣା ଦହିର ସ୍ୱତନ୍ତ୍ରତା ଦୃଷ୍ଟିରୁ ଏହା ଶହ ଶହ ବର୍ଷ ହେବ ପୁରୀରେ ମହାପ୍ରଭୁଙ୍କ ଭୋଗରେ ବ୍ୟବହାର କରାଯାଉଛି ।

ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

- Advertisement -

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ମାଣିକପାଟଣା ଗ୍ରାମ ଏକ ଐତିହାସିକ ଗ୍ରାମ। ମାଣିକ ଗଉଡୁଣୀ ନାମ ଅନୁଯାୟୀ ଏହି ଗ୍ରାମ ସମେତ ଗ୍ରାମ ପଞ୍ଚାୟତ ନାମିତ ହୋଇଛି। ଗବେଷକଙ୍କ ମତ ଅନୁଯାୟୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ବଳଭଦ୍ର କଳା-ଧଳା ଘୋଡାରେ କାଞ୍ଚି ବିଜୟ କରି ଫେରିବାବେଳେ ମାଣିକ ଗଉଡୁଣୀ ଠାରୁ ଦହି ପିଇ ତୃଷ୍ଣା
ମେଣ୍ଟାଇବା ପରେ ପ୍ରଭୁ ଖୁସି ହୋଇ ମାଣିକକୁ ଗୋଟିଏ ହୀରା ମୁଦି ଦେଇଥିଲେ। ସେବେଠାରୁ ଏହି ଗ୍ରାମ ମାଣିକପାଟଣା ଭାବେ ପ୍ରସିଦ୍ଧି ଅର୍ଜନ କରିଛି। ସେଠାରୁ ପୁରୀ, ଭୁବନେଶ୍ବର, ବାଲୁଙ୍ଗା ଏବଂ ବ୍ରହ୍ମପୁରକୁ କ୍ଷୀର, ଦହି ଓ ଛେନା ପଠାଯାଉଛି। ମାଣିକ ପାଟଣା ଦହିର ସ୍ୱତନ୍ତ୍ରତା ହେଲା କୌଣସି ରାସାୟନିକ କିମ୍ବା ଔଷଧୀୟ ପ୍ରୟୋଗ ବିନା ଏହା ସାତଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷିତ ରହିପାରେ।

ପୁଣି ଆସୁଛି ‘ବାତ୍ୟା’ ! ; ଜାଣନ୍ତୁ ଓଡିଶାରେ ପ୍ରଭାବ ଅଛି କି ନାହିଁ, ଏହି ଦିନରୁ ଆରମ୍ଭ ହେବ ବର୍ଷା..

ସେଥିରେ ରୋଗ ପ୍ରତିଷେଧକ ଗୁଣ ରହିଛି। କର୍କଟ, ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଆଦି ଭଲ ହେଉଥିବା ବିଶେଷଜ୍ଞ ଦାବି କରିଛନ୍ତି। ଚିଲିକା ମଇଁଷିଙ୍କ କ୍ଷୀର ଏବଂ ଦହି ନେବାକୁ ହରିୟାଣା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର କିଛି ସଂସ୍ଥା ନିୟମିତ ଆସୁଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories