www.samajalive.in
Saturday, December 6, 2025
15.1 C
Bhubaneswar

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଜେଏମଏମ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟ ଗଣତି ଜାରି ରହିଥିବାବେଳେ ଧୀରେ ଧୀରେ ଫଳାଫଳ ସ୍ପଷ୍ଟ ହେଉଛି। ଦୁଇ ରାଜ୍ୟରେ କିଏ ଗଢ଼ିବ ସରକାର ତାହା ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ହେଲେ ଅପରାହ୍ନ ୨ଟା ସୁଦ୍ଧା ମହାରାଷ୍ଟ୍ରରେ ବିଜେପି ନେତୃତ୍ଵାଧୀନ ମହାୟୁତି ବହୁ ଆଗରେ ରହିଛି। ଅନ୍ୟପଟେ କଂଗ୍ରେସ ନେତୃତ୍ଵାଧୀନ ମହା ବିକାଶ ଅଘାଡ଼ି(ଏମଭିଏ) ପଛୁଆ ରହିଛି।

ମହାରାଷ୍ଟ୍ରରେ ମହାୟୁତି ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି। ମୋଟ ୨୮୮ ଆସନ ମଧ୍ୟରୁ ଅପରାହ୍ନ ୨ଟା ସୁଦ୍ଧା ବିଜେପି ନେତୃତ୍ଵାଧୀନ ମହାୟୁତି(ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାଓ୍ବାରଙ୍କ ଏନସିପି) ୨୨୫ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ନେତୃତ୍ଵାଧୀନ ଏମଭିଏ(କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାଓ୍ବାରଙ୍କ ଏନସିପି) ମାତ୍ର ୫୬ ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳଗୁଡ଼ିକ ୭ ଆସନରେ ଆଗରେ ଥିବା ଜଣାପଡ଼ିଛି।

- Advertisement -

ଝାଡ଼ଖଣ୍ଡରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ), କଂଗ୍ରେସ ଏବଂ ଅନ୍ୟ କିଛି ଦଳକୁ ନେଇ ଗଠିତ ମେଣ୍ଟ ଆଗରେ ରହିଛି। ଏଠାରେ ମୋଟ ୮୧ ବିଧାନସଭା ଆସନ ମଧ୍ୟରୁ ଜେଏମଏମ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ୫୨ ଆସନରେ ଆଗୁଆ ରହିଛି। ସେହିପରି ବିଜେପି ନେତୃତ୍ଵାଧୀନ ମେଣ୍ଟ ୨୮ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories