www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧରେ ୨ ମାଓବାଦୀ ଶିବିର ଠାବ

ସମାଜ ଡିଜିଟାଲ ଡେସ୍କ: ବୌଦ୍ଧ ଜିଲାରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ। ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓବାଦୀ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। କୋମ୍ବିଂ ଅପରେସନ ସମ୍ପର୍କରେ ଆଗୁଆ ସୂଚନା ପାଇ ମାଓବାଦୀମା​‌ନେ ସେଠାରୁ ଖସି ପଳାଇଥିବା ଅନୁମାନ କରାଯାଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories