www.samajalive.in
Sunday, December 14, 2025
19.1 C
Bhubaneswar

ଅଙ୍ଗନବାଡି କର୍ମୀଙ୍କୁ ଘେରିଲେ ଗାଁର ଶତାଧିକ ମହିଳା

କନ୍ଧମାଳ: ରାଜ୍ୟ ସରକାର କୁନିକୁନି ଶିଶୁ ମାନଙ୍କର ବୌଦ୍ଧିକ ବିକାଶ, ଗର୍ଭବତୀ ମହିଳା ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଗାଁ ମାନଙ୍କରେ ଅଙ୍ଗନବାଡି କର୍ମୀମାନଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ କିଛି ଗାଁରେ ଏମିତି ବି ଅଙ୍ଗନବାଡି କର୍ମୀ ରହିଛନ୍ତି ଯେଉଁମାନେ କି ନିୟମିତ ଭାବରେ କେନ୍ଦ୍ରକୁ ଆସୁନଥିବା ବେଳେ ଆସୁଥିବା ଖାଦ୍ୟ ମଧ୍ୟ ଠିକ ଭାବରେ ଦେଉନଥିବା ଅଭିଯୋଗ ହୋଇଛି।ମାସମାସ ଯାଏ ଗାଁର ଗର୍ଭବତୀ ମହିଳାଙ୍କୁ ମିଳୁପାରୁନି ପୋଷଣ ଯୁକ୍ତ ଖାଦ୍ୟ। ଅଭିଯୋଗ କଲେ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ନୂଆପଦର ପଂଚାୟତର କାଲିପାଙ୍ଗା ଅଙ୍ଗନବାଡି କେନ୍ଦ୍ରରେ। ଘଟଣାକୁ କେନ୍ଦ୍ରକରି ଅଙ୍ଗନବାଡି କେନ୍ଦ୍ର ଘେରିବା ସହ କେନ୍ଦ୍ର ସମ୍ମୁଖରେ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଏହି କାଳିପାଙ୍ଗା ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଦୀର୍ଘଦିନ ଧରି ଏହି କେନ୍ଦ୍ରରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି। କର୍ମୀ ଜଣକ ଛାତ୍ରଛାତ୍ରୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଆସୁଥିବା ଖାଦ୍ୟକୁ ବିକ୍ରି କରିଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ କେନ୍ଦ୍ରରେ ଲାଗି ରହିଥିବା ସମସ୍ୟା ବିଷୟରେ କର୍ମୀଙ୍କୁ ମହିଳା ମାନେ ଅଭିଯୋଗ କଲେ କର୍ମୀ ଜଣକ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି। ସେପଟେ କର୍ମୀଙ୍କ ଏହି ଅବହେଳା ନେଇ ଗ୍ରାମବାସୀ ବହୁବାର ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ସାରଛନ୍ତି। ତେବେ କର୍ମୀଙ୍କ ଅବହେଳାରେ ଅତିଷ୍ଟ ହୋଇ ଶୁକ୍ରବାର ଗାଁର ଶତାଧିକ ମହିଳା ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରିବା ସହ ଭିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ସମ୍ପୃକ୍ତ କର୍ମୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories