www.samajalive.in
Tuesday, December 9, 2025
16.1 C
Bhubaneswar

ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା

ଗୁରୁଡିଝାଟିଆ: ଘଣ୍ଟିଖାଲ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି। ଆଠଗଡ଼ର ଡେପୁଟି କଲେକ୍ଟର ମଧୁସ୍ମୀତା ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନମେଳା ତଥା ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କରି ବିଦ୍ୟାର୍ଥୀମାନେ ଅଭିସନ୍ଧିତ୍ସୁ ମନୋଭାବ ଓ ଜିଜ୍ଞାସା ଦ୍ୱାରା ଆଗକୁ ବଢିପାରିବେ ବୋଲି କହିବା ସହ ପ୍ରତିକୂଳ ପରିବେଶ ଭିତରେ ହାର ନମାନି ନିଜ ଭିତରେ ଥିବା ଅଭିସନ୍ଧିତ୍ସୁ ଭାବନାକୁ ସଫଳ ରୂପାୟନ ଦେବା ପାଇଁ ଅହରହ ଉଦ୍ୟମ କରିବା ଆବଶ୍ୟକ। ଆଜିର ବିଦ୍ୟାର୍ଥୀ ଭାରତର ପ୍ରାଚୀନ ଗୌରବଜ୍ୱଳ ସଂସ୍କୃତି, ପରମ୍ପରା ଓ ବିଜ୍ଞାନର ଗାଥାକୁ ଅଧ୍ୟୟନ କରି ବିଜ୍ଞାନମନସ୍କ ହୋଇ ଆଗକୁ ବଢି ଜନସାଧାରଣଙ୍କ ସମାସ୍ୟାର ସମାଧାନ କରିପାରିଲେ ତାହା ହେବ ବଡ ଉପଲବ୍ôଧି ବୋଲି କହିଥିଲେ।

ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ବ୍ଲକସ୍ତରୀୟ ବିଜ୍ଞାନମେଳାରେ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚ ସୁଜାତା ମଞ୍ଜରୀ ରାଉତରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶିଶିର କୁମାର ମିଶ୍ର, ରଣଜିତ୍ କୁମାର ମିଶ୍ର, ମହାବିଦ୍ୟାଳୟ ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ କୁନି ବିଜ୍ଞାନୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ। ସର୍ବମୋଟ ୩୦୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

- Advertisement -

ଅପରାହ୍ନରେ ଶ୍ରେଷ୍ଠ ପ୍ରକଳ୍ପଗୁଡିକୁ ବିଚାରକମାନେ ମୂଲ୍ୟାୟନ କରିଥିଲେ। ଶ୍ରେଷ୍ଠସ୍ଥାନ ଦଖଲ କରିଥିବା କୁନି ବିଜ୍ଞାନୀମାନଙ୍କୁ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଶ୍ରୀମତୀ ବିଶି ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବାଘ, ଜେ କେ ଲକ୍ଷ୍ମୀ ସିମେଣ୍ଟ କାରଖାନା ମୁଖ୍ୟ ଗିରୀଶ ତିୱାରୀ,ଶିକ୍ଷାବିତ୍ ଶୃତିଧର ପ୍ରଧାନ ,ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାମଲ ପ୍ରମୁଖ ଉପସ୍ଥିତ ରହି ସମ୍ମାନୀତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଶଶଧର ମହାରଣା ସଂଯୋଜନା କରିଥିବା ବେଳେ ବିଚାରକ ଭାବେ ପ୍ରଦୀପ୍ତ କୁମାର ସାହୁ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ନରେନ୍ଦ୍ର କୁମାର ବାରିକ, ପ୍ରିୟବ୍ରତ ପଟ୍ଟନାୟକ, ବିକଳ ଚନ୍ଦ୍ର ଗୋଚ୍ଛାୟତ ଓ ଚିତ୍ତରଞ୍ଜନ ଦାସ ମୂଲ୍ୟାୟନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories