www.samajalive.in
Sunday, December 14, 2025
15.1 C
Bhubaneswar

ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ଖସୁଛି ରାତିର ସର୍ବନିମ୍ନ ତାପମାତ୍ରା, ୭ ଜିଲାରେ ବଢୁଛି ଶୀତ ପ୍ରକୋପ

ଭୁବନେଶ୍ବର: ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳ ଗୁଡିକରେ ରାତିର ସର୍ବନିମ୍ନ ତାପମାତ୍ରା ଖସିବା ସହ ଶୀତ ଅନୁଭୂତ ହେଉଛି। ସପ୍ତାହେ ହେଲା  ଶୀତ ପ୍ରକୋପ ବଢୁଛି। କନ୍ଧମାଳ, ଅନୁଗୋଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବଲାଙ୍ଗିର ଏବଂ ସୁନ୍ଦରଗଡ ଆଦି ଜିଲା ଗୁଡିକରେ ଶୀତ ପ୍ରକୋପ ଲାଗି ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲା ଘୁ.ଉଦୟଗିରିରେ ରାତି ତାପମାତ୍ରା ୭.୪ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସେମିଳିଗୁଡାରେ ୮.୧ ଡିଗ୍ରୀ ରହିଛି। ଫୁଲବାଣୀରେ ୯ ଡିଗ୍ରୀ, ଦାରିଙ୍ଗବାଡି ୧୧, ନବରଙ୍ଗପୁର ୧୨.୪, କୋରାପୁଟ ୧୧.୫,  ଭବାନୀପାଟଣା ୧୨,  ସୁନ୍ଦରଗଡ଼ ୧୨.୫,  କେନ୍ଦୁଝର ୧୩.୪,  ଝାରସୁଗୁଡା ୧୨.୪,  ଅନୁଗୋଳ ୧୩,  ଭୁବନେଶ୍ବର ୧୬.୭ ଏବଂ କଟକରେ ୧୬.୮ଡିଗ୍ରୀ ରହିଛି।

- Advertisement -

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୪ରୁ ୫ଦିନ ମଧ୍ୟରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories