www.samajalive.in
Wednesday, December 10, 2025
23.1 C
Bhubaneswar

‘ଶ୍ରେଷ୍ଠ ସମ୍ବଳ ସୃଷ୍ଟିରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’

ଗୁରୁଡ଼ିଝାଟିଆ: ବରିଷ୍ଠ ନାଗରିକ ଅସୀମ ଶକ୍ତିର ଅଧିକାରୀ। ସେମାନେ ସକାରାତ୍ମକ ଢଙ୍ଗରେ ଅଭିଜ୍ଞତାକୁ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଉତ୍‌ଥାନ ଦିଗରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରିପ୍ରକାଶ କରି ଉତ୍ତର ପିଢ଼ିଙ୍କ ପାଇଁ ସୁମାର୍ଗ ନିମନ୍ତେ ରାସ୍ତା ଦେଖାଇଲେ ଶ୍ରେଷ୍ଠ ଓ ସୁସ୍ଥ ମାନବ ସମ୍ବଳ ସୃଷ୍ଟି ହୋଇପାରିବ ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପ୍ରକାଶକ, ମୁଦ୍ରାକର ଡ. ପ୍ରଭାସ ଆଚାର୍ଯ୍ୟ କହିଛନ୍ତି। କଖଡ଼ି ସ୍ଥିତ ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଆଚାର୍ଯ୍ୟ ବରିଷ୍ଠତା ଏକ ମାନସିକତା, ନିଜକୁ ସର୍ବଦା କର୍ମତତ୍ପର ରଖି ସମାଜ ଗଠନ ଦିଗରେ ନିୟୋଜନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଶ୍ରୀରାମ ବରିଷ୍ଠ ନାଗରିକଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ସଂଘର ସଭାପତି ବେଣୁଧର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ଶତପଥୀ ଅତିଥି ଭାବେ ଯୋଗଦେଇ ନିଜକୁ ନିଃସଂଗତା ଅନୁଭବ ନକରି ପରିବାର ଓ ସମାଜ ପାଇଁ ଆଗଭର ହୋଇ ଜୀବନକୁ ଅତିବାହିତ କରିବା ନିମନ୍ତେ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ। ସାଧାରଣ ସମ୍ପାଦକ କିରଣ ବିହାରୀ ଖଟୁଆ, ବରିଷ୍ଠ ସଦସ୍ୟ ଚନ୍ଦ୍ରଶେଖର ପରିଡ଼ା, ଉପସଭାପତି ପ୍ରମୋଦ କୁମାର ଧଳ, କୃଷ୍ଣଚନ୍ଦ୍ର ପଣ୍ଡା, ରସାନନ୍ଦ ସ୍ୱାଇଁ, ବଂଶୀଧର ଶତପଥୀ, ବିଚିତ୍ରାନନ୍ଦ ପ୍ରତିହାରୀ, ପ୍ରଫୁଲ ଚନ୍ଦ୍ର ଖଟୁଆ ପ୍ରମୁଖ ସଂଗଠନର ଉନ୍ନତି ଓ ଦୃଢ଼ତା ସମ୍ପର୍କରେ ଆଲୋକପାତ କରିଥିଲେ। ବାମଦେବ ସୂତାର, ଗୌରାଙ୍ଗ ମହନ୍ତ, ମିହିର କୁମାର ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories