www.samajalive.in
Sunday, December 14, 2025
16.1 C
Bhubaneswar

ପରୀକ୍ଷାରେ ଆସିଲାନି ଉତ୍ତର, ବାନ୍ଧବୀ ପାଇଁ ଏମିତି ଲେଖିଲେ ଛାତ୍ର

ଡେସ୍କ: ସ୍କୁଲ ଓ କଲେଜରେ ଏମିତି କିଛି ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ ବର୍ଷସାରା ମସ୍ତି କରନ୍ତି, କିନ୍ତୁ ପରୀକ୍ଷା ସମୟ ଆସିବା ମାତ୍ରେ ସେମାନେ ପାଠ ପଢ଼ିବା ପରିବର୍ତ୍ତେ ଉତ୍ତର ଖାତାରେ ଓଲଟା କଥା ଲେଖି ଦିଅନ୍ତି। ସେହିପରି କିଛି ଛାତ୍ର ଉତ୍ତର ଖାତାରେ ଏଭଳି କଥା ଲେଖିଛନ୍ତି ଯାହା ପରବର୍ତ୍ତୀ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏମିତି ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଏବେ ଏହାକୁ ଉପହାସ କରୁଛନ୍ତି। ପରୀକ୍ଷାରେ ପ୍ରଶ୍ନର ଉତ୍ତର ନ ଆସିବାରୁ ଛାତ୍ରଛାତ୍ରୀ ଅଜବ କଥା ଲେଖିଥିଲେ। ଜଣେ ଛାତ୍ର ଉତ୍ତର ଖାତାରେ ତାଙ୍କ ପ୍ରେମ କାହାଣୀ ଲେଖିଛନ୍ତି। ସେ ବଡ଼ ବଡ଼ ଅକ୍ଷରରେ ଲେଖିଛନ୍ତି ‘ମୁଁ ମୋ ପୂଜାକୁ ଭଲ ପାଏ-I LOVE MY POOJA’। ଘଟଣା ଘଟିଛି ଉତ୍ତରପ୍ରଦେଶରେ। ସେଠାକାର ବୋର୍ଡ ପରୀକ୍ଷାରେ ଏମିତି କିଛି ଲେଖିଛନ୍ତି ଛାତ୍ରଛାତ୍ରୀ।

ଛାତ୍ର ଜଣକ ଉତ୍ତର ଖାତାରେ କବିତା ଲେଖିଥିଲେ, ‘ଏ ପ୍ରେମ କ’ଣ, ବଞ୍ଚିବାକୁ ଦିଏ ନାହିଁ କି ମରିବାକୁ ଦିଏ ନାହିଁ। ପ୍ରାର୍ଥନା କର ଯେ ଯଦି ମୋତେ ଏହା ନ ମିଳେ, ତେବେ ମୁଁ ମରିଯିବି। ଶେଷରେ ସେ ଉତ୍ତର ଖାତାରେ ଲେଖିଛନ୍ତି, ‘ସାର୍, ଏହି ପ୍ରେମ କାହାଣୀ ପାଠପଢ଼ାରୁ ମୋତେ ଦୂରେଇ ଦେଲା। ନଚେତ୍ ମୁଁ ହାଇସ୍କୁଲ ପର୍ଯ୍ୟନ୍ତ ବହୁତ ପାଠ ପଢିଥିଲି। ସାର୍, ଏହା ଲେଖିବା ପାଇଁ ବହୁତ ଦୁଃଖିତ।’ କପି ଯାଞ୍ଚ କରିଥିବା ଶିକ୍ଷକ ଏହା ଦେଖିବା ମାତ୍ରେ ସେ ଏହାର ଏକ ଫଟୋ ଉଠାଇ ଲାଲ କଲମରେ ଉତ୍ତର ଖାତାରେ ଏକ ଲାଇନ ଆଙ୍କିଲେ। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଆଉ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଛାତ୍ର ଭଲ ମାର୍କ ପାଇବା ପାଇଁ କପି ମଝିରେ ୩ଟି ୧୦୦ ଟଙ୍କିଆ ନୋଟ୍ ରଖିଥିଲେ।

- Advertisement -

ଅନ୍ୟ ଜଣେ ଛାତ୍ର ଶିକ୍ଷୟିତ୍ରୀଙ୍କୁ ୩ଟି ୧୦୦ ଟଙ୍କିଆ ନୋଟ୍ ଦେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଚେଷ୍ଟା କରିଥିଲେ। ଉତ୍ତର ଖାତାରେ ଲେଖା ଯାଇଥିବା ଜିନିଷ ପଢ଼ିଲେ ଜଣାପଡିଛି ଯେ ଏହା ଏକ ରସାୟନ ବିଜ୍ଞାନ ପରୀକ୍ଷା, ଯେଉଁଥିରେ ଛାତ୍ର ଜଣକ ପାସ୍ କରିପାରିବେ ନାହିଁ ବୋଲି ଅନୁଭବ କରିଥିଲେ ଏବଂ ସେ ଶିକ୍ଷକଙ୍କୁ ଟଙ୍କା ଦେଇ ପାସ୍ କରିବାକୁ ଅନୁରୋଧ କରିଥିଲେ। ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ମାନେ ଏଭଳି କାମ କରନ୍ତି ଏବଂ ପରେ ଭାଇରାଲ ହୋଇଯାଆନ୍ତି। କୁହାଯାଉଛି ଯେ ଏହି ନକଲଗୁଡିକ କିଛି ବର୍ଷ ପୁରୁଣା ୟୁପି ବୋର୍ଡର ଜଣେ ଛାତ୍ର ଲେଖିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories